ବାଲେଶ୍ୱର, ୦୨/୦୭ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା ବସ୍ତା ବିଦ୍ୟୁତ ଉପଭୋକ୍ତା ମଞ୍ଚ ପକ୍ଷରୁ ବିଦ୍ୟୁତ ବିଭାଗ ଉପଖଣ୍ଡ ଅଧିକାରୀଙ୍କୁ ବିଦ୍ୟୁତ ସମସ୍ୟାକୁ ନେଇ ଏକ ଦାବି ପ୍ରଦାନ କରିଛନ୍ତି। ବିଭାଗର ବିଭିନ୍ନ ସମସ୍ୟା ନେଇ ବସ୍ତା ଅଞ୍ଚଳର ବିଦ୍ୟୁତ ଉପଭାକ୍ତା ମାନେ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାର ଲାଗି ରହିଥିବାରୁ ଉପଭୋକ୍ତାମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ବିଦ୍ୟୁତ ବିଭ୍ରାଟ, ଲୋ ଭୋଲ୍ଟେଜ, ଅଭିଯୋଗର ତୁରନ୍ତ ସମାଧାନ ନ ହେବା,ନୂଆ ବିଦ୍ୟୁତ ଖୁଣ୍ଟି ଓ ଲାଇନ ବିସ୍ତାରରେ ବିଳମ୍ବ, ଟ୍ରାନ୍ସଫର୍ମର ମରାମତି କିମ୍ବା ପରିବର୍ତ୍ତନରେ ଅବହେଳା ଆଦି କାରଣରୁ ସାଧାରଣ ଜନତା ଅତ୍ୟନ୍ତ ହଇରାଣ ହରକତ ହେଉଛନ୍ତି।ଏଣୁ ବିଦ୍ୟୁତ ଉପଭୋକ୍ତା ମଞ୍ଚ, ବସ୍ତା ପକ୍ଷରୁ ନିମ୍ନଲିଖିତ ଦାବିଗୁଡ଼ିକ ଉପରେ ତୁରନ୍ତ ପଦ କ୍ଷେପ ନେବା ପାଇଁ ଦାବି କରିଛନ୍ତି।ଅଞ୍ଚଳରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ସେବା ପ୍ରଦାନ କରାଯାଉ।ବାରମ୍ବାର ବିଦ୍ୟୁତ କାଟ ଓ ଲୋ-ଭୋଲ୍ଟେଜ ସମସ୍ୟାର ସ୍ଥାୟୀ ସମାଧାନ କରାଯାଉ।ନୂଆ ବିଦ୍ୟୁତ ଖୁଣ୍ଟି,ଲାଇନ ବିସ୍ତାର ଓ ଟ୍ରାନ୍ସଫର୍ମର ସ୍ଥାପନ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରାଯାଉ। ଉପଭୋକ୍ତାଙ୍କ ଅଭିଯୋଗର ନିର୍ଦ୍ଧାରିତ ସମୟ ମଧ୍ୟରେ ସମାଧାନ କରା ଯାଉ ବୋଲି ବସ୍ତା ଉପଖଣ୍ଡ ଅଧିକାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।ବିଦ୍ୟୁତ କର୍ମଚାରୀ ଓ ଅଧିକାରୀ ମାନେ ଉପ ଭୋକ୍ତାଙ୍କ ସହ ସୌଜନ୍ୟ ମୂଳକ ବ୍ୟବହାର, ବିଦ୍ୟୁତ ଖୁଣ୍ଟି, ତାର ଓ ଅନ୍ୟାନ୍ୟ ବିପଦଜନକ ସ୍ଥାନ ଗୁଡ଼ିକର ତୁରନ୍ତ ମରାମତି କରାଯାଇ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ।ବିଦ୍ୟୁତ ବିଲ ସମ୍ବନ୍ଧୀୟ ଅଭିଯୋଗ ଗୁଡ଼ିକର ସ୍ୱଚ୍ଛ ଓ ଶୀଘ୍ର ସମାଧାନ କରାଯାଉ। ଉପରୋକ୍ତ ଦାବି ବ୍ଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରି ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ। ଯଦି ଯଥାଶୀଘ୍ର ସମାଧାନ ନ କରାଯାଏ ତେବେ ବିଦ୍ୟୁତ ଉପଭୋକ୍ତା ମଞ୍ଚ ଆଇନ ସମ୍ମତ ଓ ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଆନ୍ଦୋଳନ ଜାରି ରଖିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
