ନେମାଳ ବାଲିଯାତ୍ରା ମହୋତ୍ସବରେ ଜମିଲା ରାଜନୈତିକ ମଞ୍ଚ, ଯୋଗଦେଲେ ବିଧାୟକ ଓ ବିଶିଷ୍ଟ ଅତିଥି
କଟକ, ୦୨/୦୭ ( କାହୁଁ ଚରଣ ବାରିକ ) : ଶ୍ରୀ ଅଚ୍ୟୁତାନନ୍ଦଙ୍କ ପବିତ୍ର ପୀଠରେ ଚାଲୁରହିଥିବା ବାଲିଯାତ୍ରା ମହୋତ୍ସବ ରେ ଗତ କାଲି ମାନ୍ୟବର ମହାକାଳପଡ଼ା ବିଧାୟକ ତଥା କେନ୍ଦ୍ରାପଡା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ଦୁର୍ଗା ପ୍ରସନ୍ନ ନାୟକ, ମାନ୍ୟବର କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠି, ମାନନୀୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସହିତ ଅନ୍ୟତମ ଅତିଥି ଭାବେ ଯୋଗଦାନ କରିବା ଅବସରରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ସାମାଜିକ ପ୍ରତିନିଧି ଗଣ ଙ୍କୁ ସମ୍ମାନିତ କରିବା ସହିତ ମଞ୍ଚ ତରଫରୁ ଶୁଭେଚ୍ଛା ଜଣାଇଲେ.