ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ରେ କ୍ଷତିପୂରଣ ରେ ଅନିୟମିତତା ଏବଂ ଜୀବିତ ଥାଇ ମଧ୍ୟ ମୃତ୍ୟୁ ଦର୍ଶାଇ ଲେ ସରକାର ଦସ୍ତା ବୀଜ ରେ ତାକୁ ନେଇ ମାଥିଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରେ ଧାରଣା l
ମାଲକାନଗିରି, ୧୩/୦୭ (ଶ୍ରୀ ଶରତ ଚନ୍ଦ୍ର ଖରା) : ମାଲକାନଗିରି ଜିଲ୍ଲା ମାଥିଲି ତହସିଲ ଅଧିନସ୍ତ ମୁଣ୍ଡାଗୁଡା ଗ୍ରାମର ସୁଭଦ୍ରା ନାୟକ, ଉର୍ଦ୍ଧବ ନାୟକ, ତଥା ଡମୁଣି ନାୟକ ଙ୍କ ପରିବାରରେ କ୍ଷତିପୂରଣ ପାଇବାରେ ଅନିୟମିତତା ହୋଇଛି l ଯାହାକି ଏହାର ନିରପେକ୍ଷ ତଦନ୍ତ କରି, ପ୍ରକୃତ ହିତାଧିକାରୀ ଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଅନିର୍ଦ୍ଧିଷ୍ଟକାଳ ପାଇଁ ଶାନ୍ତି ପୂର୍ଣ୍ଣ ଧାରଣାରେ ବସିଛନ୍ତି ଅଭିଯୋଗ କାରୀ। ହିତାଧିକାରୀ ସୁଭଦ୍ରା ଜୀବିତ ଥାଇବି ମୃତ୍ୟୁ ଥିବାର ସରକାରୀ ଦସ୍ତା ବୀଜରେ ଘସଣା କରିଛନ୍ତି ମାଥିଲି ତହସିଲଦାର ମାନସୀ ଭୋଇ l ଏହାର ସତ୍ୟା ସତ୍ୟ ତଦନ୍ତ କରି ନ୍ୟାୟ ପ୍ରଦାନ ପାଇଁ ମାଲକାନଗିରି ଜିଲ୍ଲା ଆଦିବାସୀ ନେତା ତଥା ସମାଜ ସେଵୀ ଶରତ ଚନ୍ଦ୍ର ବୁରୁଦା ଏବଂ ମୁଣ୍ଡା ଗୁଡ଼ା ଗ୍ରାମର ବୃଦ୍ଧିଜୀମାନେ ମଧ୍ୟ ନ୍ୟାୟ ପ୍ରଦାନ ପାଇଁ ଧାରଣା ବସିଛନ୍ତି l ଯଦି ଏହାର ସଠିକ ତଦନ୍ତ କରି ତୁରନ୍ତ ଏହାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସମାଜ ସେବୀ ଶ୍ରୀ ଶରତ ଚନ୍ଦ୍ର ବୁରୁଦା ମତ ପ୍ରକାଶ କରିଛନ୍ତି, ଏ ବିଷୟରେ ମାଥିଲି ତହସିଲଦାର ଙ୍କୁ ପଚାରିବାରୁ ସେ କୌଣସି ଉତ୍ତର ଦେବାକୁ ମନା କରିଦେବା ସହ ଉଚ୍ଚ ଅଧିକାରୀ ସେ ସବୁ ଜାଣିଛନ୍ତି ମୁଁ କୋଣସି ପ୍ରକାର ଉତ୍ତର ଦେଇ ପାରିବି ନାହିଁ ବୋଲି ମନା କରିଛନ୍ତି l