ଭିନ୍ନକ୍ଷମ ମାନଙ୍କୁ ବ୍ୟାଟେରୀ ଟ୍ରଏ ସାଇକଲ ବଣ୍ଟନ
ସିନାପାଲି ୧୨/୦୭ ( ପରମେଶ୍ୱର ମେହେର ) : ଗତ ଶନିବାର ଦିନ ପି.ଏମ୍. ଡି ଆଳିମକୋ ବୋଲଙ୍ଗୀର ଶାଖା ରେ ଜିଲ୍ଳା ଭିନ୍ନକ୍ଷମ ସମିତି ନୂଆପଡ଼ା ସମ୍ପାଦକ ଦିଲ୍ଲୀପ କୁମାର ଷଡ଼ଙ୍ଗୀ ଙ୍କ ନେତୃତ୍ଵ ରେ ନୂଆପଡ଼ା ଜିଲ୍ଲା ର ୫ ଜଣ ଭିନ୍ନକ୍ଷମ ଙ୍କୁ ବ୍ୟାଟେରୀ ଟ୍ରଏ ସାଇକଲ ବଣ୍ଟନ କରାଯାଇ ଥିଲା । ଖଡିଆଳ ବ୍ଲକ ଢକସର ଗ୍ରାମ ର ତିକଚନ କାଣ୍ଡ , ମନ୍ତ୍ରୀତରାଇ ଗ୍ରାମ ର ସଜମନି ସବର୍ , ବୋଡ଼େନ ବ୍ଲକ ଜୟବାହଲ ଗ୍ରାମ ର ନୀତିନ କୁମାର ସଲମା, ସିନାପାଲି ବ୍ଲକ କୁଳିଆଡ଼ଙ୍ଗରି ଗ୍ରାମ ର ଡିଙ୍ଗର ଗୋଆଲ ଙ୍କୁ ବ୍ୟାଟେରୀ ଟ୍ରଏ ସାଇକଲ ପ୍ରଦାନ କରାଯାଇଥିଲା। ଆଳିମ୍ କୋ ବଲାଙ୍ଗୀର ଇନଚାର୍ଜ ଡକ୍ଟର ସୁରେନ୍ଦ୍ର ଭୋଇ, ଡକ୍ଟର ଧରିତ୍ରୀ ଗଡଟିଆ, ସୌମ୍ୟ ତ୍ରିପାଠୀ, ପ୍ରହଲ୍ଲାଦ ଭୋଇ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରି ଥିଲେ। ବ୍ୟାଟେରୀ ଗାଡି ପାଇ ଭିନ୍ନକ୍ଷମ ଙ୍କ ଭିତରେ ଖୁସି ର ଲହରୀ ଖେଳି ଯାଇଥିଲା । ସେମାନେ ସରକାରଙ୍କୁ ପ୍ରଶଂସା କରି ଥିଲେ ଏବଂ ଡକ୍ଟର ସୁରେନ୍ଦ୍ର ଭୋଇ ଙ୍କ ସହଯୋଗ କୁ ଜିଲ୍ଳା ଭିନ୍ନକ୍ଷମ ସମିତି ନୂଆପଡ଼ା ତରଫରୁ ଭୂରି ଭୂରି ପ୍ରଶଂସା କରାଯାଇ ଥିଲା ।