ବାଲେଶ୍ୱର, ୧୧/୦୭ ( ପ୍ରଭାକର ମଲ୍ଲିକ ) : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଳକ ମଥାନୀ ପଞ୍ଚାୟତ ପ୍ରିନ୍ସ କଲ୍ଯାଣ ମଣ୍ତପ ପରିସରରେ ବସ୍ତା ବିଜୁ ଜନତା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି । ଭିନ୍ନକ୍ଷମ ଲୋକଙ୍କୁ ଟ୍ରାଇ ସାଇକେଲ ବ୍ଲକ ଦପ୍ତର ବା ଯେକୌଣସି ସରକାରୀ କାର୍ଯ୍ଯାଳୟରେ ବଣ୍ଟନ ହୋଇ ନଥିବା ବେଳେ ବସ୍ତା ବିଧାୟୀକା ସୁବାସିନୀ ଜେନାଙ୍କ ଲଙ୍ଗଳେଶ୍ବର ସ୍ଥିତ ବାସଭବନରେ ବଣ୍ଟନ ହୋଇ ଅଛି । ପୁଣି ବିଧାୟୀକାଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ଟ୍ରାଇ ସାଇକେଲ ବଣ୍ଟନ ହୋଇଅଛି ବୋଲି ବେନର ଲଗାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି କି ବିଧାୟିକାଙ୍କ ନିଜସ୍ବ ଅର୍ଥ ବ୍ଯୟରେ ହୋଇଛି ନା ସରକାରୀ ଅର୍ଥ ବିନିଯୋଗ ହୋଇଛି ତାହା ଜଣା ପଡିନାହିଁ। ପୁଣି ବାଲିଆପାଳ ଓ ବସ୍ତା ବିଡିଓ ଉପସ୍ଥିତ ରହି ବଣ୍ଟନ କରୁଥିବା ବେଳେ ଦୁଇଟି ବ୍ଳକରେ ଭିନ୍ନକ୍ଷମ ଓ ସାଧାରଣ ଲୋକେ ସମସ୍ଯାର ସମାଧାନ ପାଇଁ ବ୍ଲକ କୁ ଯାଇ ହଟହଟା ହୋଇ ଘରକୁ ଫେରିଛନ୍ତି। ଏ ବିଷୟରେ ଦୁଇ ବିଡିଓଙ୍କୁ ଯୋଗା କରିବାରୁ ସେମାନେ କୌଣସି ସନ୍ତୋଷ ଜନଙ୍କ ଉତ୍ତର ଦେଇ ପାରି ନାହାନ୍ତି। ତେବେ ୨ ପ୍ରସାଶନିକ ଅଧିକାରୀ କାହା ନିର୍ଦ୍ଦେଶରେ ବ୍ଯକ୍ତିଗତ ଜାଗାରେ ଯାଇ ସରକାରୀ କର୍ଯ୍ଯ କରୁଛନ୍ତି ଏନେଇ ବସ୍ତା ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଓ ଆଗାମି ଦିନରେ ଜିଲ୍ଲା ପାଳଓ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରିବା ସହିତ ଏହି ଅନିୟମିତତାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏହି ସମ୍ମିଳନୀରେ ବିଜେଡି ବରିଷ୍ଠ ନେତା ମହାଦେବ ଦାସଙ୍କ ତତ୍ବବଧାନରେ ୧୪ନଂ ଜୋନ ଜିଲ୍ଲା ପରିଷଦ ବିର୍ଷ୍ଣୁପ୍ରିୟା ବୁଗୁଡି ପୂର୍ଣ୍ଣଚନ୍ଦ୍ର ଜେନା, ଦେବେନ୍ଦ୍ର ବେହେରା, ଅଖିଳ ବେହେରା ବାଲିଆପାଳ ବିଜେଡି ବ୍ଳକ ସଭାପତି ଭଗବାନ ଚନ୍ଦ୍ର ଗିରି ମନୁରଞନ ସାହୁ ସମେତ ବହୁ ବିଜେଡି ନେତା ମାନେ ଉପସ୍ଥିତ ରହି ତିବ୍ର ନିନ୍ଦା କରିବା ସହିତ ଆଗାମି ଦିନରେ ଆନ୍ଦୋଳନର ପନ୍ଥା ଅବଲମ୍ବନ କରାଯିବ ବୋଲି ଚେତାବନ୍ନୀ ଦେଇଛନ୍ତି । ତେବେ ଏହି ଟ୍ରାଇ ସାଇକେଲ ବଣ୍ଟନ ବିଷୟରେ ବସ୍ତା ବିଧାୟୀକାଙ୍କୁ ଫୋନରେ ଯୋଗାଯୋଗ କରିଥିଲେମଧ୍ଯ ସେ ଫୋନ ରିସିବ କରିନଥିଲେ ।
ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
