ରାୟଗଡ଼ ରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ, ୨୦୨୬ ପାଳନ
ରାୟଗଡା, ୧୧/୦୭ ( ଭି. ଗୌରି ଶଙ୍କର ରାଓ ) : ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟ ଚାଷୀ ଦିବସ - ୨୦୨୬, ସମ୍ମିଳନୀ କକ୍ଷ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା ଙ୍କ କାର୍ଯ୍ୟାଳୟ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ପଚାଶରୁ ଉର୍ଦ୍ଧ ମତ୍ସ୍ୟ ଚାଷୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ର ମାଁ ମାନେ ଅଂଶଗ୍ରହଣ କରିଥିଲେ | ଏହି ଅବସରରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ମଣ୍ଡଳର ପୂର୍ବତନ ମତ୍ସ୍ୟ ଉପ ନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ବେହେରା ଯୋଗ ଦେଇ ଚାଷୀ ମାନଙ୍କୁ କୃତ୍ରିମ ପ୍ରଜନନ ଏବଂ ଉନ୍ନତ ଯାଆଁଳ ଉତ୍ପାଦନ ବିଷୟରେ ଜଣାଇଥିଲେ | ଅନ୍ୟତମ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ରାୟଗଡ଼, ଡା. ଶଶାଙ୍କ ଶେଖର ନାୟକ ଏବଂ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ (ପ୍ରାଣୀ କଲ୍ୟାଣ), ରାୟଗଡ଼, ଡା. ବିପ୍ର ଚରଣ ବେହେରା ଯୋଗ ଦେଇ ସମନ୍ଵିତ ଚାଷର ଲାଭ ସମ୍ପର୍କରେ ଚାଷୀ ମାନଙ୍କୁ ସୂଚୀତ କରିଥିଲେ | ଏହି ଅବସରରେ ଜିଲ୍ଲାର ଦୁଇଟି ଅଗ୍ରଣୀ ମତ୍ସ୍ୟ ଚାଷୀ ଏବଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ଗୁରୁତ୍ୟ ବିଷୟରେ ସହକାରୀ ମତ୍ସ୍ୟ ଅଧିକାରୀ, ମୁଖ୍ୟାଳୟ, ରାୟଗଡ଼, ସୁଶ୍ରୀ ପ୍ରୀତିଶ ନନ୍ଦା ପଟ୍ଟନାୟକ ଆଲୋଚନା କରିଥିଲେ। ଏହା ସହିତ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସହକାରୀ ମତ୍ସ୍ୟ ଅଧିକାରୀ, ରାୟଗଡ଼, ସୁଶ୍ରୀ ରୋଜାଲିନ ଦାଶ ଚାଷିମାନଙ୍କୁ ସୂଚୀତ କରିଥିଲେ | ଶେଷରେ ମତ୍ସ୍ୟ ଚାଷ ମାଧ୍ୟମରେ ସ୍ବାବଲମ୍ବୀ ଚାଷୀ ତଥା ଉଦ୍ୟୋଗୀ ସ୍ରୁଷ୍ଟି କରିବା, ମାଛ ଚାଷ କରି ଆୟ ଦୁଇଗୁଣିତ କରିବା, ସହ ରାୟଗଡ଼ ଜିଲ୍ଲା କିପରି ମାଛ ଉତ୍ପାଦନ କ୍ଷେତ୍ରରେ ଅଧିକା ବୃଦ୍ଧି କରିପାରିବ ସେ ବିଷୟରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଗଉଡ ନିଜର ମାତବ୍ୟକ୍ତ ରଖିଥିଲେ l ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ଆୟୋଜନ କରିବାରେ ମତ୍ସ୍ୟ ବିଭାଗ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସହାୟତା କରିଥିଲେ।