Hot Posts

6/recent/ticker-posts

କୋରାପୁଟରେ KPLF ପକ୍ଷରୁ ଇଣ୍ଡିଆନ୍ ନ୍ୟାସନାଲ୍ ଖ୍ରୀଷ୍ଟିଆନ୍ ଡେ ପାଳିତ

କୋରାପୁଟ, ୦୩/୦୭ ( ସତ୍ୟ ଶୋଭନ ସିଂ ) : କୋରାପୁଟ ପାଷ୍ଟର୍ସ ଆଣ୍ଡ ଲିଡର୍ସ ଫେଲୋଶିପ୍ (KPLF) ପକ୍ଷରୁ ୩ ଜୁଲାଇ ୨୦୨୬ ତାରିଖରେ ଇଣ୍ଡିଆନ୍ ନ୍ୟାସନାଲ୍ ଖ୍ରୀଷ୍ଟିଆନ୍ ଡେ ଉପଲକ୍ଷେ ଏକ ଭକ୍ତିମୟ ପ୍ରାର୍ଥନା ସଭା ଆୟୋଜିତ ହୋଇଥିଲା। ୩ ଜୁଲାଇକୁ ଭାରତରେ Indian Christian Day ଭାବେ ପାଳନ କରାଯାଏ, ଯାହା ପ୍ରେରିତ ଥୋମାଙ୍କ ସ୍ମୃତି ଓ ଭାରତରେ ଖ୍ରୀଷ୍ଟଧର୍ମର ପ୍ରାଚୀନ ପରମ୍ପରାକୁ ସ୍ମରଣ କରାଯାଏ।  Indian Christian Day  ଏହି ପ୍ରାର୍ଥନା ସଭାରେ KPLF ର ବହୁ ସଂଖ୍ୟକ ପାଳକ, ନେତୃବୃନ୍ଦ ଓ ଖ୍ରୀଷ୍ଟ ବିଶ୍ୱାସୀମାନେ ଉପସ୍ଥିତ ରହି ଦେଶ, ସମାଜ ଓ ଶାନ୍ତି ପାଇଁ ସମ୍ମିଳିତ ପ୍ରାର୍ଥନା କରିଥିଲେ। ସଭାକୁ ପାଳକ ସୁଶାନ୍ତ କୁମାର ବେହେରା ପରିଚାଳନା କରିଥିଲେ। ପ୍ରାରମ୍ଭରେ ଶ୍ରୀ ଜି. ବି. କାଡ୍ରାକା ପବିତ୍ର ବାଇବଲରୁ ଈଶ୍ୱରଙ୍କ ବାକ୍ୟ ପାଠ କରି ଉପସ୍ଥିତ ସମସ୍ତଙ୍କୁ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଦାନ କରିଥିଲେ। ଏହାପରେ ବିଶିଷ୍ଟ ଆଇନଜୀବୀ ଶ୍ରୀ ସୁନୀଲ ଚାନ୍ଦ ଖୋସଲା ଭାରତକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଶିଷ୍ୟ ପ୍ରେରିତ ଥୋମାଙ୍କ ଆଗମନ, ତାଙ୍କର ସେବାକାର୍ଯ୍ୟ ଏବଂ ୨୦୨୧ ମସିହାରୁ Indian Christian Day ପାଳନ ଆରମ୍ଭ ହେବାର ଇତିହାସ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ପରବର୍ତ୍ତୀ ସମୟରେ ପାଳକ ସୁରେନ୍ଦ୍ର ଖୋସଲା KPLF ର ବିଭିନ୍ନ ସେବାମୂଳକ ଓ ସାମାଜିକ କାର୍ଯ୍ୟକଳାପର ବିବରଣୀ ଉପସ୍ଥାପନ କରିଥିଲେ। ଶେଷରେ ପାଳକ ଭାସ୍କର କନ୍ଧପାନ ସମାପନୀ ପ୍ରାର୍ଥନା କରିଥିବା ବେଳେ ପାଳକ ଜଗତ ସୁନା ଶେଷ ଆଶୀର୍ବାଦ ପ୍ରାର୍ଥନା କରି ସଭାର ସମାପ୍ତି ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଖ୍ରୀଷ୍ଟୀୟ ଏକତା, ସେବା, ପ୍ରେମ ଏବଂ ଦେଶ ପାଇଁ ପ୍ରାର୍ଥନାର ବାର୍ତ୍ତାକୁ ଆହୁରି ସୁଦୃଢ଼ କରାଯାଇଥିଲା।



କୋରାପୁଟରୁ ସତ୍ୟ ଶୋଭନ ସିଂ ଙ୍କ ରିପୋର୍ଟ, କୋରାପୁଟ ।