Hot Posts

6/recent/ticker-posts

କଳାହାଣ୍ଡି ଜିଲ୍ଲାରେ ଭାରତୀୟ ଜନତା ପାର୍ଟିର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ–୨୦୨୬ ଅନ୍ତର୍ଗତ "ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମ (DLP)" ଜିଲ୍ଲାସ୍ତରୀୟ କର୍ମଶାଳା ସଫଳତାର ସହ ଅନୁଷ୍ଠିତ

କଳାହାଣ୍ଡି, ୦୨/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭାରତୀୟ ଜନତା ପାର୍ଟି, କଳାହାଣ୍ଡି ଜିଲ୍ଲା ତରଫରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ – ୨୦୨୬ ଅନ୍ତର୍ଗତ ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମ (DLP) ଜିଲ୍ଲାସ୍ତରୀୟ କର୍ମଶାଳା ଆଜି ଭବାନୀପାଟଣା ଟାଉନ ହଲଠାରେ ଭବ୍ୟ ଓ ସୁସଂଗଠିତ ପରିବେଶରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂଯୋଜକ (DLP) ତଥା ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ଦୁର୍ଗାଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ସଂଗଠନକୁ ଅଧିକ ସୁଦୃଢ଼ କରିବା, କାର୍ଯ୍ୟକର୍ତ୍ତାମାନଙ୍କ ଦକ୍ଷତା ବୃଦ୍ଧି କରିବା ଏବଂ ପ୍ରଶିକ୍ଷଣ ପ୍ରକ୍ରିୟାକୁ ଆଧୁନିକ ଓ ପ୍ରଭାବଶାଳୀ କରିବା ଉପରେ ବିଶେଷ ଆଲୋକପାତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଉପସଭାପତି ଶ୍ରୀ ଭବେନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ନମିତା ରାଣୀ ସାହୁ ଏବଂ କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ, ଯୁବ ମୋର୍ଚ୍ଚା ଶ୍ରୀ ଦୀପଜ୍ୟୋତି ମୁଣ୍ଡ ଉପସ୍ଥିତ ରହି ନିଜ ଅଭିଭାଷଣରେ ଡିଜିଟାଲ ଲର୍ଣ୍ଣିଂ ପ୍ଲାଟଫର୍ମର ଗୁରୁତ୍ୱ, ଉଦ୍ଦେଶ୍ୟ ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ସେମାନେ କହିଥିଲେ ଯେ, ଡିଜିଟାଲ ଯୁଗରେ ସଂଗଠନକୁ ଅଧିକ ସଶକ୍ତ, ସକ୍ରିୟ ଓ ପ୍ରଯୁକ୍ତିନିର୍ଭର କରିବା ପାଇଁ ଏଭଳି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅତ୍ୟନ୍ତ ସମୟୋପଯୋଗୀ। ଏହି କର୍ମଶାଳାରେ ଜିଲ୍ଲା ଉପସଭାପତି ଶ୍ରୀ ପଦ୍ମଲୋଚନ ମିଶ୍ର ଓ ଶ୍ରୀ ଜୟଶଙ୍କର ନାଏକ, ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ ବିଶି, ଶ୍ରୀ ହେମନ୍ତ ମାଝୀ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ସୁଧୀର ମୁଣ୍ଡ, ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ତ୍ରିନାଥ ଶବର, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ କାଞ୍ଚନ ବାଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ସୁଶ୍ରୀ ରୀନା ଭୋଇ, ଜିଲ୍ଲା ଉପସଭାନେତ୍ରୀ ଶ୍ରୀମତୀ ନିରୁପମା ନାଏକ, ବରିଷ୍ଠ ନେତା ଶ୍ରୀ ଭାରତ ଦେଓ, ସଂଖ୍ୟାଲଘୁ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ପତୱନ୍ତ ସିଂ, ଜିଲ୍ଲା ସମ୍ପାଦକ ଶ୍ରୀ ବିଜୟ ଦେବ ସାହୁ, ଜିଲ୍ଲା ସହ-ସଂଯୋଜକ (DLP) ଶ୍ରୀ ଅଭିନନ୍ଦନ ସିଂ ଓ ଶ୍ରୀ ରାମକୃଷ୍ଣ ମେହେର, ପୂର୍ବତନ ବିଧାୟକ ଶ୍ରୀ ଅନାମ ନାଏକଙ୍କ ସମେତ ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି, ଜିଲ୍ଲା ନେତୃବୃନ୍ଦ ଏବଂ ବହୁ ସଂଖ୍ୟକ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ। ସମଗ୍ର କର୍ମଶାଳାରେ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ, ଶୃଙ୍ଖଳା ଓ ସଂଗଠନ ପ୍ରତି ସମର୍ପଣ ଭାବ ପରିଲକ୍ଷିତ ହୋଇଥିଲା। ଡିଜିଟାଲ ଶିକ୍ଷଣ ବ୍ୟବସ୍ଥା ମାଧ୍ୟମରେ ସଂଗଠନର ବିଚାରଧାରା, ନୀତି ଓ କାର୍ଯ୍ୟପଦ୍ଧତିକୁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ନିକଟରେ ଅଧିକ ସହଜ, ସୁଗମ ଓ ପ୍ରଭାବଶାଳୀ ଭାବେ ପହଞ୍ଚାଇବାର ସଂକଳ୍ପ ଏହି କର୍ମଶାଳା ମାଧ୍ୟମରେ ପୁନର୍ବ୍ୟକ୍ତ କରାଯାଇଥିଲା। ଏହି ଜିଲ୍ଲାସ୍ତରୀୟ କର୍ମଶାଳା ଆଗାମୀ ଦିନରେ ବୁଥସ୍ତର ପର୍ଯ୍ୟନ୍ତ ପ୍ରଶିକ୍ଷଣକୁ ସୁସଂଗଠିତ ଓ ସଫଳ ଭାବେ ପରିଚାଳନା କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଉପସ୍ଥିତ ନେତୃବୃନ୍ଦ ସଂକଳ୍ପ କରିଥିଲେ।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ