କଟକ ମହାନଗର ନିଗମ ପକ୍ଷରୁ ବନ ମହୋତ୍ସବ ୨୦୨୬ ପାଳିତ
କଟକ, ୦୨/୦୭ ( କାହୁଁ ଚରଣ ବାରିକ ) : କଟକ ମହାନଗର ନିଗମ ପକ୍ଷରୁ ବନ ମହୋତ୍ସବ ୨୦୨୬ କଟକ ଇନ୍ କଟକ ପରିସରରେ ପାଳିତ ହୋଇଛି । ଏହି ଅବସରରେ ମହାନଗର ନିଗମର ସମସ୍ତ ଅଧିକାରୀ, ସ୍କୁଲ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନେ ଯୋଗଦେଇ ପରିବେଶ ସୁରକ୍ଷା ଓ ସବୁଜ କଟକ ଗଠନ ପାଇଁ ସଚେତନତାର ବାର୍ତ୍ତା ପ୍ରସାର କରିଥିଲେ ।