ଚୌଦ୍ୱାରରେ ଭୟାବହ ସଡ଼କ ଦୁର୍ଘଟଣା
ଚୌଦ୍ୱାର, ୧୦/୦୭ ( କାହୁଁ ଚରଣ ବାରିକ ) : ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ-୧୬ରେ ଏକ ଘରୋଇ ବସ୍ ପଛପଟୁ ଟ୍ରେଲର୍କୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ କଟକ ଏସ୍ସିବି ବଡ଼ ମେଡିକାଲ୍କୁ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ଏନ୍ଏଚ୍-୧୬ରେ ଯାତାୟାତ ପ୍ରଭାବିତ ହୋଇଥିଲା।