ଚକ୍ଷୁଦାନ କରି ଆଜି ଅମର ଶ୍ରଦ୍ଧାଞ୍ଜଳି
ବ୍ରହ୍ମପୁର, ୧୩/୦୭ ( ଜେ. କେ. ପଟ୍ଟନାୟକ ) : ଗାଞ୍ଜାମ ଜିଲ୍ଲା ବ୍ରହ୍ମପୁର ସନ୍ନିକଟ ଲାଠି ଗ୍ରାମର ନାବାଳିକା ଶ୍ରଦ୍ଧାଞ୍ଜଳୀ ନାୟକଙ୍କର ସାପ କାମୁଡାରେ ଅକାଳ ବିୟୋଗ ଘଟିଥିଲା l ମାତ୍ର ୮ ବର୍ଷର ଝିଅର ମୃତ୍ୟୁ ପରେ,ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ।ହେଲେ ସାହସ ନ ହରାଇ ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି l ମୃତ ଶ୍ରଦ୍ଧାଞ୍ଜଳୀର ଶରୀରକୁ ସମ୍ପୂର୍ଣ୍ଣ ଅକାମି ନକରି କିଛି ମାତ୍ରାରେ କାର୍ଯ୍ୟକ୍ଷମ କରି ରଖିବା ପାଇଁ ଚିନ୍ତା କରି ତାର ଆଖିକୁ ବ୍ରହ୍ମପୁର ବଡ ମେଡିକାଲର ଚକ୍ଷୁ ବିଭାଗରେ ଦାନ କରିଛନ୍ତି l ଯାହା ଫଳରେ ମୃତ ଶ୍ରଦ୍ଧାଞ୍ଜଳିର ଆଖିରେ ଏବେ ଅନ୍ୟ କେହି ଦୃଷ୍ଟିଶକ୍ତି ହରାଇ ଥିବା ବ୍ୟକ୍ତି ଦୁନିଆ ଦେଖିବାର ସୁଯୋଗ ପାଇବ।ପରିବାରର ଏଭଳି ମହାନ କାର୍ଯ୍ୟ ପାଇଁ ମରିବା ପରେ ବି ଅମର ହୋଇଗଲେ ଶ୍ରଦ୍ଧାଞ୍ଜଳି l ଏଭଳି ଉଚ୍ଚ କୋଟିର ପ୍ରଶଂସନୀୟ କାର୍ଯ୍ୟକୁ ଲାଠି ଗ୍ରାମ ସମେତ ବିଭିନ୍ନ ସ୍ଥାନରୁ ମୃତ ଶ୍ରଦ୍ଧାଞ୍ଜଳିର ପରିବାର ପ୍ରତି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି l