Hot Posts

6/recent/ticker-posts

ଭକ୍ତିମୟ ପରିବେଶରେ କୁଲାଡ଼ ବାହୁଡା଼ ଯାତ୍ରା

ଭଞ୍ଜନଗର, ୨୪/୦୭ ( ଜେ. କେ. ପଟ୍ଟନାୟକ ) : ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ଐତିହାସିକ କୁଲାଡ ବାହୁଡ଼ା ଯାତ୍ରା ଆନନ୍ଦ ଉଲ୍ଲାସର ସହିତ ସମ୍ପନ୍ନ ହୋଇଛି। ଭଞ୍ଜ ରାଜବଂଶ ପକ୍ଷରୁ ଶହ ଶହ ବର୍ଷ ଧରି ଏଠାରେ ରଥଯାତ୍ରା ପାଳିତ ହୋଇ ଆସୁଥିବାବେଳେ ଶୁକ୍ରବାର ବାହୁଡ଼ା ଯାତ୍ରା ମଧ୍ୟ ଆଡ଼ମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି।ଏହି ଅବସରରେ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ଓ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ସେହିପରି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଯାତ୍ରା ପରିଚାଳନାରେ ସହଯୋଗ କରିଥିବା ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଉପଜିଲାପାଳ ଉମାଶଙ୍କର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଯାତ୍ରାକୁ ଶାନ୍ତି ଓ ଶୃଙ୍ଖଳାର ସହ ସମାପନ କରିବାରେ ତହସିଲଦାର ଅଭିପ୍ସା ପଟ୍ଟନାୟକ, ବିଡିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମହାର, ରାଜସ୍ୱ ନିରୀକ୍ଷକ ଭଗବାନ ବେହେରା ପ୍ରମୁଖ ସହଯୋଗ କରିଥିଲେ। ବାହୁଡ଼ା ଯାତ୍ରା ସମୟରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସଡିପିଓ ଦୀପକ କୁମାର ମିଶ୍ର, ଏସିଏଫ ବିବେକ ଦାସ, ବିମଳ ପ୍ରଧାନ, ରେଞ୍ଜର ବିମ୍ବାଧର ସାହୁ ଏବଂ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।ଅପରପକ୍ଷରେ, ମୁଜାଗଡ଼ ରେଞ୍ଜ ପକ୍ଷରୁ ଯାତ୍ରାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ପ୍ରାୟ ୧୦ ହଜାର ବିଭିନ୍ନ ପ୍ରକାରର ଫଳ ଚାରା ବଣ୍ଟନ କରାଯାଇଥିଲା। ସେହିପରି ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ବଣ୍ଟନ କରା ଯାଇଥିଲା। ଭଞ୍ଜନଗର ଅଗ୍ନିଶମ ବାହିନୀ ପକ୍ଷରୁ ଗରମକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଉପରେ ପାଣି ସିଞ୍ଚନ କରାଯାଇଥିଲା।ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ମାଉସୀ' ମା ମନ୍ଦିରରୁ ଶ୍ରୀଜିଉମାନଙ୍କୁ ପାଛୋଟି ଅଣା ଯାଇଥିଲା। ତିନି ଠାକୁର ରଥରେ ବିଜେ କରିବା ପରେ ଭଞ୍ଜ ରାଜବଂଶର ପ୍ରତିନିଧି ପ୍ରଶାନ୍ତ କୁମାର ଭଞ୍ଜଦେଓ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଏହାପରେ ରଥଟଣା ଆରମ୍ଭ ହୋଇଥିଲା। ଶନିବାର ଶ୍ରୀଜିଉମାନଙ୍କ ସୁନାବେଶ ଅନୁଷ୍ଠିତ ହେବ।