ଗଞ୍ଜାମ ପୋଲିସର ଏନକାଉଣ୍ଟର ନମ୍ବର - 4 : ଦୁର୍ଦ୍ଦାନ୍ତ ଅପରାଧୀ କାଳିଆ ଗୁରୁତର
ଗଞ୍ଜାମ, ୨୪/୦୭ ( ଜେ. କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲାରେ ବଢ଼ି ଚାଲିଥିବା ଅପରାଧିକ କାର୍ଯ୍ୟକଳାପକୁ ରୋକିବାକୁ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ପୂର୍ବରୁ ଅପରାଧୀ ମାନଙ୍କୁ ସାବାଡ଼ କରିବା ପାଇଁ ତିନି ତିନୋଟି ଏନକାଉଣ୍ଟର ହୋଇଥିବା ବେଳେ ଆଜି ଦୁର୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର କରିଛି ଗଞ୍ଜାମ ପୁଲିସ। କାଳିଆର ଡାହାଣ ଗୋଡ଼ ଆଣ୍ଠୁରେ ବାଜିଛି ଗୁଳି।ଦୀର୍ଘଦିନ ହେଲା କାଳିଆ ବିଭିନ୍ନ ଘଟଣାରେ ସମୃକ୍ତ ଥାଇ ଫେରାର ଥିଲା। ପୁରୁଷୋତ୍ତମପୁର ଥାନା ଆଇଆଇସି କୁଳମଣି ସେଠୀ ଓ ତାଙ୍କ ପୋଲିସ ଟିମ ସହ କୋଦଳା - ସିଂହାସନୀ ରୋଡ଼ରେ ମୁହାଁ ମୁହିଁ ହୋଇଥିଲା କାଳିଆ। ସେ ପୁଲିସ ଉପରକୁ ଗୁଳି ଚଳାଇ ଖସି ଯିବା ପାଇଁ ଚେଷ୍ଟା କରିଥିଲା।ଏହାର ପାଲଟା ଜବାବ ଦେଇଥିଲା ପୁଲିସ। ଫଳରେ କାଳିଆର ଆଣ୍ଠୁରେ ବାଜିଛି ଗୁଳି। ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି।ଅନେକ ଗୁଡିଏ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା କାଳିଆ ନାମରେ ରହିଥିବା ଜଣାପଡିଛି।