କାର ଭିତରୁ ବାହାରିଲା ଗଞ୍ଜେଇ :୨ଗିରଫ
ଭଞ୍ଜନଗର, ୧୮/୦୭ ( ଜେ. କେ. ପଟ୍ଟନାୟକ ) : କନ୍ଧମାଳ ଜିଲ୍ଲାରୁ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ଏକ କାରରେ ଗଞ୍ଜେଇ ସହ ସହ ୨ଜଣଙ୍କୁ ଗିରଫ କରିଛି। ମଧ୍ୟାହ୍ନ ସମୟରେ ପୋଲିସ ଦ୍ୱାରା ପେଟ୍ରୋଲିଂ ଓ ବ୍ଲକିଂ ଚାଲିଥିବା ବେଳେ ଏସ ଆଇ ଲଷ୍ମୀଧର ମହାନ୍ତିଙ୍କ ସୂଚନା ପାଇ ଡହ ରାସ୍ତାରେ ଦୁଇଜଣ ସନ୍ଦିଗ୍ଧ ବ୍ୟକ୍ତି ଏକ ଲାଲ୍ ରଙ୍ଗର ମାରୁତି ସୁଜୁକି ଜେନ୍ କାର୍ ନଂ ଓଆର ୦୫ ଏସ ୫୬୫୫ରେ ଆସୁଥିବା ଦେଖି ସେମାନଙ୍କୁ ଅଟକାଇ ଯାଞ୍ଚ କରିଥିଲେ।ଗାଡ଼ି ଡିକି ଭିତରେ ନିଷିଦ୍ଧ ଗଞ୍ଜେଇ ଥିବା ଜଣା ପଡିଥିଲା। ଆର୍ଥିକ ଲାଭ ପାଇଁ ଉକ୍ତ ଗଞ୍ଜେଇ ବ୍ରହ୍ମପୁରରେ ବିକ୍ରି କରିବା ଉଦ୍ଦେଶ୍ୟରେ ପରିବହନ କରୁଥିବା ଅଭିଯୁକ୍ତମାନେ ସ୍ୱୀକାର କରିଥିଲେ।ଘଟଣାସ୍ଥଳରୁ ଦୁଇଟି ଜରି ବ୍ୟାଗ୍ ମଧ୍ୟ ଜବତ କରାଯାଇଛି। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ଅନ୍ୟାନ୍ୟ ସାକ୍ଷୀଙ୍କ ଉପସ୍ଥିତିରେ ଯାଞ୍ଚ କରାଯିବା ପରେ ତାହା ୩୫.୫୫୦ କିଲୋଗ୍ରାମ ବେଆଇନ ଗଞ୍ଜେଇ ସହ କାର୍ ଜବତ କରାଯାଇଛି। ସେମାନେ ହେଲେ ବାପୁଜୀ ନାୟକ ଏବଂ ସୁଶାନ୍ତ ମଲ୍ଲିକ। ଉଭୟ କନ୍ଧମାଳ ଜିଲ୍ଲାର ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ଼ ଗ୍ରାମର ବାସିନ୍ଦା ଅଟନ୍ତି। ଭଞ୍ଜନଗର ଥାନା କେଶ ନଂ ୬୬୬/୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ବୋଲି ଏସଡ଼ିପିଓ ଡକ୍ଟର ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଭଞ୍ଜନଗର ଆଇଆଇସି ଜୀବନନାଦ ଜେନା, ଏସ ଆଇ ସମୀର କୁମାର ସେଠୀ, ଏସ ଆଇ ଲଷ୍ମୀଧର ମହାନ୍ତି, ଏସ ଆଇ ଜ୍ୟୋସ୍ନା ସାହୁ ଓ ଅନ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ।