Hot Posts

6/recent/ticker-posts

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ବିଞ୍ଝାରପୁର, ୩୦/୦୭ (ପ୍ରଦୀପ କୁମାର ମଲ୍ଲିକ) : ବିଞ୍ଝାରପୁର ମାଟିରୁ ଆଜକୁ ୧୧ ଦିନ ତଳେ ସବୁଦିନ ପାଇଁ ବିଦାୟ ନେଇଥିବା ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ରାମକୃଷ୍ଣ ଦାସଙ୍କ ସ୍ମୃତିରେ ତାଙ୍କ ମାଁସଡ଼ାସ୍ଥିତ ବାସଭବନରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତଥା ସ୍ଥାନୀୟ ବିଧାୟିକା ପ୍ରମିଳା ମଲ୍ଲିକ ଉପସ୍ଥିତ ରହି ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହ କଂଗ୍ରେସ ନେତା ଶିଶିର କୁମାର ନାୟକ, ସରୋଜ ସାହୁ, ବିଜେପି ନେତା ନିରଂଜନ ବେଉରିଆ , ଯୁବ ବିଜେଡି ନେତା ଦିଲ୍ଲୀପ କୁମାର ରାଉଳ, ସମାଜସେବୀ କୈଳାସ ସେଠୀ, ରବୀନ୍ଦ୍ର ପରିଡ଼ା, ହେମେନ୍ଦ୍ର ସାମଲ, ସରପଞ୍ଚ କାମଦେବ ଧଳ, ଉଦ୍ୟୋଗପତି ହରି ଜେନାଙ୍କ ସମେତ ବିଞ୍ଝାରପୁର ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ଓ ଧରିତ୍ରୀ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।ଉପସ୍ଥିତ ସମସ୍ତେ ସ୍ୱର୍ଗତ ରାମକୃଷ୍ଣ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ସାମ୍ବାଦିକତା ଜୀବନର ଅବଦାନକୁ ସ୍ମରଣ କରିଥିଲେ।