Hot Posts

6/recent/ticker-posts

ଗୋ ସମ୍ମାନ ଆହ୍ୱାନ ଅଭିଯାନ: କଟକରେ ପଦଯାତ୍ରା, ଜିଲ୍ଲାପାଳଙ୍କୁ ଦାବିପତ୍ର

କଟକ, ୨୭/୦୭ ( କାହୁଁ ଚରଣ ବାରିକ ) : ସମଗ୍ର ଦେଶରେ ଗୋବଂଶ ସୁରକ୍ଷାକୁ ନେଇ ଚାଲିଥିବା ‘ଗୋ ସମ୍ମାନ ଆହ୍ୱାନ ଅଭିଯାନ’ ଅନ୍ତର୍ଗତ କଟକରେ ଏକ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଗୋ ହତ୍ୟା ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ଗୋମାତାଙ୍କୁ ରାଷ୍ଟ୍ରୀୟ ପଶୁ ଘୋଷଣା କରିବା ଦାବିରେ ଆନ୍ଦୋଳନକାରୀମାନେ କଟକ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।  ସୂଚନା ଅନୁସାରେ, ଚୌଧୁରୀ ବଜାର ଅଞ୍ଚଳରୁ ପଦଯାତ୍ରା ଓ ଶୋଭାଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ପ୍ରମୁଖ ରାସ୍ତା ଦେଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଏଥିରେ ବହୁ ସଂଖ୍ୟକ ସଦସ୍ୟ ଓ ଗୋଭକ୍ତ ଯୋଗଦେଇ ଗୋବଂଶ ସୁରକ୍ଷା ପାଇଁ ସ୍ଲୋଗାନ ଦେବା ସହ ସଚେତନତା ସୃଷ୍ଟି କରିଥିଲେ। ଆନ୍ଦୋଳନକାରୀମାନେ ଗୋ ହତ୍ୟା ସମ୍ପୂର୍ଣ୍ଣ ବନ୍ଦ କରିବା, ଗୋବଂଶର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଗୋମାତାଙ୍କୁ ରାଷ୍ଟ୍ରୀୟ ପଶୁ ଭାବେ ଘୋଷଣା କରିବା ଦାବି ଉଠାଇଥିଲେ। ପରେ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ପଦଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଥିବାବେଳେ, ଆନ୍ଦୋଳନକାରୀମାନେ ସେମାନଙ୍କ ଦାବିକୁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱର ସହ ବିଚାର କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ଆଶା ପ୍ରକାଶ କରିଛନ୍ତି।