ଅଜଣା ଗାଡି ଧକାରେ ଅଚିନା ଯୁବକ ମୃତ।
ଭଦ୍ରକ ୨୪/୦୭ ( ନବଦୂତ ) : ସୂଚନା ଆନୁଯାଇ ଆଜି ସକାଳୁ ଭଦ୍ରକ ସଦର ଆରଡ଼ି ଛକ ନିକଟ, ଫ୍ଲାଏଓଭର ବ୍ରିଜ ଉପରେ କୌଣସି ଅଜଣା ଗାଡି ଧକାରେ ଏକ ଅଚିନା ଯୁବକ ର ମୃତୁ ଘଟିଛି।ରାସ୍ତାରେ ପଡିଥିବା ମୃତ ଶରୀର କୁ କେହି ଚିନି ନାହାଁନ୍ତି ବୋଲି ସୂଚନା ମିଳିଛି।କୌଣସି ଗାଡି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଛି ବୋଲି ସୁଚନାମିଳିଛି। ଦୂର୍ଘଟଣା ର ଖବର ପାଇ ସ୍ଥାନୀୟ ପୋଲିସ ପହଂଚି, ମୃତ ଶରୀର କୁ ଶବ ବ୍ୟବଛେଦ ପାଇଁ ପଠାଇ ଛନ୍ତି, ତଥା ମୃତ ବ୍ୟକ୍ତି ଙ୍କ ର ପରିଚୟ ଓ ଦୃଘଟଣା ଘଟାଇ ଥିବା ଗାଡି ର ତଦନ୍ତ ଚଳାଇ ଥିବାର ସୂଚନା ମିଳିଛି।