Hot Posts

6/recent/ticker-posts

ବିଜେପି ତରଫରୁ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଦାହ

କଟକ, ୨୪/୦୭ ( କାହୁଁ ଚରଣ ବାରିକ ) : ଦିଲ୍ଲୀ ଯନ୍ତର ମନ୍ତ୍ରର ଠାରେ ଚାଲିଥିବା ଆନ୍ଦୋଳନକୁ ଆଖି ଆଗରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିବାରୁ | ବିଜେପି ଯୁବ ମୋର୍ଚ୍ଚା ପୂର୍ବତନ ରାଜ୍ୟ ସମ୍ପାଦକ ତଥା କଟକ ମହାନଗର ନିଗମ ୱାର୍ଡ ନମ୍ବର ୨୬ର କର୍ପୋରେଟର ଗଗନ ଓଝା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶ ପୁତ୍ତଳିକା ଚୌଧୁରୀ ବଜ଼ାର ଗୋରିଶଙ୍କର ପାର୍କ ସମ୍ମୁଖରେ ଦାହ କରିଥିଲେ | ଶ୍ରୀ ଓଝାଙ୍କ କହିବାନୁସାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଦୀର୍ଘ ଚବିଶ ବର୍ଷ ଶାସନ କଲେ ତାଙ୍କ ସମୟରେ ୨୦୧୫ ମସିହା ପୋଲିସ କନଷ୍ଟେବଳ ନିଯୁକ୍ତିରେ ଅନିୟମିତତା, ୨୦୧୬, ୨୦୧୯ ଓ ୨୦୨୨ ରେ କ୍ରମାଗତ ଭାବେ ଓଟିଇଟି ପ୍ରଶ୍ନପତ୍ର ଲିକ, ୨୦୧୮ ରେ ମାଟ୍ରିକ ପ୍ରଶ୍ନପତ୍ର ଲିକ, ୨୦୧୯ ରେ ମାଟ୍ରିକ ଓଡିଆ ପେପର ପରୀକ୍ଷା ପୂର୍ବରୁ ବାହାରେ ପ୍ରଘଟ ଏବଂ ୨୦୨୩ ରେ ଓଏସଏସସି ଜୁନିୟର ଇଞ୍ଜିନିଅର ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ହୋଇଥିଲା ସେହି ସମୟରେ ନବୀନ ପଟ୍ଟନାୟକ କଣ ପାଇଁ ଇସ୍ତଫା ଦେଇନଥିଲେ | ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ତାଙ୍କ ଗୃହ ବିଭାଗର ଜଣେ ପୋଲିସ ବାବୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ବିଚ ରୋଡରେ ଗୁଳି କରି ହତ୍ୟା କରିଥିଲେ ସେତେବେଳେ ସେ କଣ ପାଇଁ ଇସ୍ତଫା ଦେଇନଥିଲେ | ମାହାଙ୍ଗା ଡବଲ ମର୍ଡର ସମୟରେ ଆଇନ ମନ୍ତ୍ରୀ କଣ ପାଇଁ ଇସ୍ତଫା ଦେଇନଥିଲେ | ସେହିଭଳି ମମିତା ମେହେର ହତ୍ୟାକାଣ୍ଡରେ ଦିବ୍ୟଶଙ୍କର ମିଶ୍ରଙ୍କ ନାମକୁ ନେଇ ବହୁ ସମାଲୋଚନା କରାଯାଇଥିଲା କିନ୍ତୁ ସେ ସମୟରେ ମନ୍ତ୍ରୀ କଣ ଇସ୍ତଫା ଦେଇଥିଲେ କି | ସାଧାରଣ ଜନତା ୨୦୨୪ ରେ ତାଙ୍କୁ ପ୍ରତ୍ୟାଖାନ କରିଲା ପରେ ନବୀନ ବାବୁ ଏବେ ଔଷଧ ବିକଳରେ ତାଟିଆ କାମୁଡ଼ିଲା ଭଳି କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଓଝା ନିଜର ମତ ପ୍ରକାଶ କରିଥିଲେ | ଏହି ସମୟରେ କଟକର ଲୋକପ୍ରିୟ ସାଂସଦ ଭର୍ତ୍ତୁହାରୀ ମହତ୍ତାବଙ୍କ କେଏମସି ପ୍ରତିନିଧି ଜ୍ୟୋତିରଞ୍ଜନ ରାୟ, କଟକ ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାପତି ଅମ୍ବିକା ଦାସ, ଚବିଶ ନମ୍ବର ୱାର୍ଡ ବିଜେପି କର୍ପୋରେଟର ପ୍ରାର୍ଥୀ ସବିତା ବେହେରା, ଜଗନ୍ନାଥ ମଣ୍ଡଳର ସାଧାରଣ ସମ୍ପାଦକ ତପନ ବେହେରା, ବିଜେପି ଯୁବ ନେତା ହେମନ୍ତ ସେଠି, ଆଇନଜୀବୀ ଅଫତାବ ଆକମଲ, ସଞ୍ଜୟ ଦାସ, ନବ ଦାସ, ସୁଶାନ୍ତ ମହାରଣା, ଟିମା ବିଶୋଇ, ନନ୍ଦୁ ବିଶ୍ୱାଳ, ବିଜୟାନନ୍ଦ ବାରିକ, ଶିବ ନାରାୟଣ ନାୟକ, ରାଜେଶ ମହାରଣା, ହରିହର ସାହୁ, କେଶବ କୁମାର କୁଣ୍ଡୁ, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଶିବଶଙ୍କର ମଲ୍ଲିକ, ଦୀପକଶ୍ରୀ ସାହୁ, ବିଶ୍ୱ ବନ୍ଧୁ ପଣ୍ଡା, ବାପି ବାରିକ, ବିଶ୍ୱଜିତ ସାହୁ, ଟୁକୁ ମହାରଣା, ସମୀର ସେନ, ବାବୁଲି ମହାରଣା, କାଳିଆ ଦାସ, ଶରତ ଭୋଳ, ସୁଶୀଲ ସ୍ୱାଇଁ, ଦୀପକ ମହାରଣା, ମିର୍ଜା ପୁନମ, ରାଜୁ ଗୁଇଁ, ସନ୍ନି ପଟ୍ଟନାୟକ, ନିତିନ ଯୋଶୀ, ସୁଲୋକନାଥ ଦାସ, ପର୍ଶୁରାମ ସିଂହ, ଅଜିତ ସିଂହ, ସୂର୍ଯ୍ୟକାନ୍ତ ପ୍ରଧାନ, ରାଜ ଗୁପ୍ତା, ବାଦଲ ସାହୁ, ସରୋଜ ରାଉତଙ୍କ ସହିତ ବହୁ ଯୁବକ ଉପସ୍ଥିତ ଥିଲେ |