Hot Posts

6/recent/ticker-posts

ମାରୱାଡ଼ି କମିଟି ତରଫରୁ ଅନ୍ନଭୋଗ ବଣ୍ଟନ

ସିନାପାଲି, ୨୩/୦୭ ( ପରମେଶ୍ୱର ମେହେର ) : ପବିତ୍ର ରଥଯାତ୍ରା ଅବସରରେ ନୂଆପଡ଼ା ଜିଲ୍ଲା ସିନାପାଲି ଅଗ୍ରୱାଲ ସମାଜ, ଅଗ୍ରେସନ୍ ଭବନ କମିଟି ଓ ମାରୱାଡି ଯୁବା ମଞ୍ଚ ତରଫରୁ ମିଳିତ ଭାବରେ ସ୍ଥାନୀୟ ମାଉସୀ ମନ୍ଦିର ପରିସରରେ ସାଧାରଣ ଲୋକଙ୍କ ପାଇଁ ଅନ୍ନଭୋଗର ବ୍ଯବସ୍ଥା କରାଯାଇଥିଲା। ଅନ୍ନଭୋଗ ପାଇବାକୁ ସିନାପାଲି ସହର ସମେତ ଆଖପାଖ ଅଂଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଲିଥିଲା ା କାର୍ଯ୍ୟକ୍ରମ ଆୟୋଜନରେ ଜିନ୍ଦଲ ଭ୍ରାତା ହରିଓମ ଜିନ୍ଦଲ ଓ ରାଧେଶ୍ୟାମ ଜିନ୍ଦଲଙ୍କ ସମେତ ଅଗ୍ରୱାଲ ସମାଜର ସଦସ୍ୟମାନେ ସହଯୋଗ କରିଥିଲେ l ଏଥିରେ ମାଉସୀ ମାଁ ମନ୍ଦିର କମିଟି ଓ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ବିଶେଷ ସହାୟତା ରହିଥିଲା l