Hot Posts

6/recent/ticker-posts

ବାଗବର ବିଦ୍ୟାଳୟରେ ନୂତନ ମନ୍ତ୍ରୀମଣ୍ଡଳ ଗଠନ

ବୀରମହାରାଜପୁର, ୦୯/୦୭ ( ଜଗଦିଶ ମେହେର ) : ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ବାଗବର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ମନ୍ତ୍ରୀମଣ୍ଡଳ ଗୁରୁବାର ଗଠିତ ହୋଇଯାଇଛି। ଛାତ୍ରୀ ଛାତ୍ର ମାନେ ଗଣତାନ୍ତ୍ରିକ ପଦ୍ଧତିରେ ମତଦାନ ଦେଇ ନିଜର ପ୍ରତିନିଧିମାନଙ୍କୁ ଚୟନ କରିଥିଲେ । ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ସୁରେନ୍ଦ୍ର କୁମାର ଓତା , ଶିକ୍ଷୟିତ୍ରୀ ଗୌରୀ କୁମୁରା, ମୌସୁମୀ ଭୋଇ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ତଥା ଅନ୍ୟାନ୍ୟ ବିଭାଗର ମନ୍ତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଆସନ୍ତାକାଲି ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ସଦସ୍ୟା ମାନେ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ ବୋଲି ସୂଚୀତ କରାଯାଇଛି।