Hot Posts

6/recent/ticker-posts

ବିଦ୍ୟାଳୟର ନୂତନ ପରିଚାଳନା କମିଟି ଗଠିତ

ତେନ୍ତୁଳୀଖୁଣ୍ଟି, ୧୩/୦୭ ( ଶେଖର ଖୁରା ) :  ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତସ୍ଥିତ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି ଆଜି ଗଠନ କରାଯାଇଛି। ଏହି କାର୍ଯ୍ୟକ୍ରମ ପୂର୍ବତନ ପରିଚାଳନା କମିଟିର ସଭାପତି ଶ୍ରୀ ଶେଖର ଖୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କୂଳରଞ୍ଜନ ସୁନା ନିର୍ବାଚନ ଅଧିକାରୀ ଭାବେ ଉପସ୍ଥିତ ରହି ନୂତନ ପରିଚାଳନା କମିଟି ଚୟନ ପ୍ରକ୍ରିୟା ପରିଚାଳନା କରିଥିଲେ। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ପଲ୍ଲୀଶ୍ରୀ ବରାଡ଼ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସହକାରୀ ଶିକ୍ଷକ ଶ୍ରୀ ବିଭୁତି ଭୂଷଣ ପତି ଚୟନ ପ୍ରକ୍ରିୟାର ସମସ୍ତ ନୀତିନିୟମ ଓ ପ୍ରକ୍ରିୟା ସମ୍ପର୍କରେ ଉପସ୍ଥିତ ଅଭିଭାବକମାନଙ୍କୁ ସ୍ପଷ୍ଟ ଭାବେ ଅବଗତ କରାଇଥିଲେ। ପରେ ସମସ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ସହମତିକ୍ରମେ ପରିଚାଳନା କମିଟିର ସଦସ୍ୟମାନଙ୍କୁ ଚୟନ କରାଯାଇଥିଲା। ନୂତନ ମନୋନୀତ ସଦସ୍ୟମାନଙ୍କ ସର୍ବସମ୍ମତିକ୍ରମେ ଶ୍ରୀ କିଶୋର ପୂଜାରୀ ସଭାପତି ଏବଂ ଶ୍ରୀମତୀ ସୋରଜିନି ଖୁରା ଉପସଭାପତି ଭାବେ ମନୋନୀତ ହୋଇଥିଲେ। ସେହିପରି ମାଧବୀ ହରିଜନ, ମମିତା ବିଷୋୟୀ, ସବିତା ପୂଜାରୀ, ଡମ୍ବରୁ ପତି ଗୌଡ଼, ଦେବ ପୂଜାରୀ, ରତ୍ନାକର ମାଝୀ, ରାଜେନ୍ଦ୍ର ବିନ୍ଧାଣି, ଟୁନୁ ବିଷୋୟୀ, କ୍ଷେତ୍ରମଣି ବାଘ, ବାସନ୍ତୀ ମାଝୀ, ସୁକୁନ୍ତଳା ଖାତି, ସୁନିତା ନାୟକ ଓ ମୋନଜ ଖୁରାଙ୍କ ସମେତ ମୋଟ ୧୫ ଜଣଙ୍କୁ ପରିଚାଳନା କମିଟିର ସଦସ୍ୟ ଭାବେ ଚୟନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ ସମାଜସେବୀ କିଶୋର ଚନ୍ଦ୍ର ସିଂହ, ଚନ୍ଦ୍ରଶେଖର ଜେନା, କୁମର ପୂଜାରୀ, କୃଷ୍ଣଚନ୍ଦ୍ର ପାଢ଼ୀ, ସୁଦର୍ଶନ ହରିଜନ, ବନମାଳୀ ଯାନୀ, ଷ୍ଟାଲିନ ସାହୁ ଓ ଭଜପତି ଗୌଡ଼ଙ୍କ ସମେତ ବହୁ ଅଭିଭାବକ ଉପସ୍ଥିତ ଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।



ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର