ବିଜୁ ସ୍ୱାଭିମାନ ମଞ୍ଚର ସାଧାରଣ ସଭା, ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ
ରାୟଗଡା, ୧୩/୦୭ ( ଭି. ଗୌରି ଶଙ୍କର ରାଓ ) : ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ରାୟଗଡ଼ା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ଠାରେ ତୃତୀୟ ପର୍ଯ୍ୟାୟ ସାଧାରଣ ସଭା ଓ ରଣନୀତି ବୈଠକ ଅନୁଷ୍ଠିତ ହୋଇଛି । ତୃତୀୟ ପର୍ଯ୍ୟାୟରେ ଚନ୍ଦ୍ରପୁର ବ୍ଲକରେ ସମାବେଶ ପରେ ଆଜି ବିଶାଳ ସଭାଯାତ୍ରା ହେଇଥିଲା। ମଞ୍ଚର ଆବାହକ ଏନ୍. ଭାସ୍କର ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ବାମୁଣୀ ମିନିୟାକା, ଚନ୍ଦ୍ର ପୁର ବ୍ଲକ୍ ର ବହୁ ପୁରୁଖା କର୍ମୀ ଯୋଗ ଦେଇ ସମେତ ବହୁ ବରିଷ୍ଠ ନେତା ଯୋଗଦେଇଥିଲେ। ସଭାରେ ଗ୍ରାମସ୍ତରରେ ସଂଗଠନ ମଜବୁତ କରିବା, ଜନସମ୍ପର୍କ ବଢାଇବା ଏବଂ ଯୋଗ୍ୟ ପ୍ରାର୍ଥୀ ଦେବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭାସ୍କର ରାଓ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ ସକ୍ରିୟ ହୋଇ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେବାକୁ କର୍ମୀଙ୍କୁ ଆହ୍ୱାନ ଦେଇଥିଲେ। ଆଖପାଖ ପଞ୍ଚାୟତରୁ ବହୁ ସଂଖ୍ୟାରେ ଯୁବକ, ମହିଳା ଓ କର୍ମୀ ଯୋଗଦେଇ ସଂଗଠନକୁ ଶକ୍ତିଶାଳୀ କରିବା ସହ ନିର୍ବାଚନରେ ସଫଳତା ପାଇଁ ସଂକଳ୍ପ ନେଇଥିଲେ। ଏହି ସମାବେଶ ଜିଲ୍ଲାର ରାଜନୈତିକ ମାହୋଲକୁ ଅଧିକ ସରଗରମ କରିଛି।