Hot Posts

6/recent/ticker-posts

ଧରମବନ୍ଧା ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ବାପା

ନୂଆପଡ଼ା, ୨୪/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଧରମବନ୍ଧା ଆଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରଙ୍କୁ ଜଣେ ଶିକ୍ଷକ ମାଡ଼ ମାରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ପୀଡ଼ିତ ଛାତ୍ର ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଡୋଟୋ ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ଶିକ୍ଷକଙ୍କ ମାଡ଼ ପରେ ଛାତ୍ର ଜଣକ ଭୟଭୀତ ହୋଇ ବିଦ୍ୟାଳୟରୁ ଲୁଚି ନିଜ ଗାଁକୁ ଫେରି ଆସିଥିଲେ। ଘରେ ପହଞ୍ଚିବା ପରେ ସେ ନିଜ ବାପାଙ୍କୁ ସମଗ୍ର ଘଟଣା ସମ୍ପର୍କରେ ଜଣାଇଥିଲେ। ଘଟଣାର ଦୁଇ ଦିନ ପରେ ଛାତ୍ରଙ୍କ ବାପା ସମ୍ପୃକ୍ତ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି। ଏହି ଘଟଣା ପରେ ବିଦ୍ୟାଳୟରେ ଦଣ୍ଡମୁକ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ଛାତ୍ରଛାତ୍ରୀମାନେ ଶିକ୍ଷା ଲାଭ କରିବାକୁ ବିଦ୍ୟାଳୟକୁ ଯାଉଥିବାବେଳେ ସେଠାରେ ଏଭଳି ଅଭିଯୋଗ ଅଭିଭାବକ ମହଲରେ ଚିନ୍ତା ବଢ଼ାଇଛି। ଏହି ଘଟଣାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କିମ୍ବା ସମ୍ପୃକ୍ତ ଶିକ୍ଷକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ପୁଲିସ ଅଭିଯୋଗର ତଦନ୍ତ କରୁଥିବା ଜଣାପଡ଼ିଛି। ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ।