Hot Posts

6/recent/ticker-posts

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା: ଖରିଫ ଋତୁ ପାଇଁ ବିଜ୍ଞପ୍ତି ଜାରି

ଭୁବନେଶ୍ୱର, ୧୩/୦୭ ( ନବଦୂତ ) : ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) କାର୍ଯ୍ୟକାରିତା ସମ୍ପର୍କରେ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଯୋଜନା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ କ୍ଷତିଗ୍ରସ୍ତ ହେଲେ ଚାଷୀମାନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରାଯିବ। ବିଜ୍ଞପ୍ତି ଅନୁଯାୟୀ, ମରୁଡ଼ି, ଅନାବୃଷ୍ଟି, ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ଫଳରେ ଫସଲ କ୍ଷତି ହେଲେ ଯୋଜନା ଅଧୀନରେ ବୀମା ସହାୟତା ମିଳିବ। ଏହି ଯୋଜନାରେ ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ହରଡ଼, ଅଦା ଓ ହଳଦୀ ସମେତ ବିଭିନ୍ନ ଫସଲର ବୀମା କରାଯାଇପାରିବ। ବୀମା ପଞ୍ଜିକରଣ ପାଇଁ ଆଧାର ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି। ଏଥିସହ ଚାଷୀମାନେ ଜମିପଟ୍ଟା, ବ୍ୟାଙ୍କ ଖାତାର ବିବରଣୀ ଏବଂ ଫସଲ ସମ୍ପର୍କିତ ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ ରଖିବାକୁ ସମବାୟ ବିଭାଗ ପରାମର୍ଶ ଦେଇଛି। ଚଳିତ ବର୍ଷ ଖରିଫ ଋତୁ ପାଇଁ ଫସଲ ବୀମା ପଞ୍ଜିକରଣର ଅନ୍ତିମ ତାରିଖ ଜୁଲାଇ ୩୧ ଧାର୍ଯ୍ୟ କରାଯାଇଛି। ତେଣୁ ଯୋଗ୍ୟ ଚାଷୀମାନଙ୍କୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜିକରଣ ସମ୍ପୂର୍ଣ୍ଣ କରି ଯୋଜନାର ସୁବିଧା ନେବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।