Hot Posts

6/recent/ticker-posts

ଚିକିତ୍ସା ବାହାନାରେ ନାବାଳିକାକୁ ଦୁଷ୍କର୍ମ: ସମ୍ପୃକ୍ତ ଆୟୁଷ ଡାକ୍ତର ଅଟକ

ଜଗନ୍ନାଥ ପ୍ରସାଦ, ୧୩/୦୭ ( ଜେ. କେ. ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଂଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଖବର ପାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁଲିସ ସମ୍ପୃକ୍ତ ଆୟୁଷ ଡାକ୍ତରକୁ ଅଟକ ରଖିଥିବା ଜଣାପଡ଼ିଛି। ଜ୍ୱର ହୋଇଥିବାରୁ ପୀଡ଼ିତା ଜଣକ ଘରୋଇ କ୍ଲିନିକକୁ ରବିବାର ସକାଳେ ଚିକିତ୍ସା ପାଇଁ ଯାଇଥିଲେ, ହେଲେ ପୁଣି ଥରେ ସଂଧ୍ୟାରେ ଆସିବାକୁ ସରକାରୀ ଆୟୁଷ ଡାକ୍ତର ତାଙ୍କୁ କହିଥିଲେ l ସଂଧ୍ୟାରେ କ୍ଲିନିକରେ କେହି ନଥିବା ବେଳେ ତାର ମାଆକୁ ଅନ୍ୟ ଏକ କୋଠରୀରେ ବସାଇ ଡାକ୍ତର ତାକୁ ପରୀକ୍ଷା ବାହାନାରେ ତାସହ ଦୁଷ୍କର୍ମ କରିଥିଲେ। ଅଧଘଣ୍ଟା ପରେ ନାବାଳିକା ବାହାରକୁ ଆସି କାନ୍ଦି କାନ୍ଦି ଘଟଣା ସମ୍ପର୍କରେ ତାର ମାଆ କୁ କହିବା ସହ ଏସମ୍ପର୍କରେ କାହାକୁ କହିଲେ ଜୀବନରେ ମାରିଦେବାକୁ ଡାକ୍ତର ଧମକ ଦେଇଥିବା ଜଣାଇ ଥିଲେ। ଏହା ଶୁଣି ପରିବାର ଲୋକେ ଜଗନ୍ନାଥପ୍ରସାଦ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଡାକ୍ତରଙ୍କୁ ଆଣି ପଚରା ଉଚରା କରୁଛି l ଡାକ୍ତର ଜଣକ ନୟାଗଡ଼ ଜିଲ୍ଲାର ହୋଇଥିବା ବେଳେ ପ୍ରତ୍ୟେକ ରବିବାର ସେ ଜଗନ୍ନାଥ ପ୍ରସାଦ କ୍ଲିନିକ୍ ଜୁ ଆସୁଥିବା ଜଣାପଡ଼ିଛି l ଉଭୟଙ୍କୁ ଡାକ୍ତରୀ ମାଇନା ସକାଶେ ଭଞ୍ଜନଗର ମେଡିକାଲ ପଠାଇ ପୋଲିସ ତଦନ୍ତ ଜାରି ରଖିଛି। ହେଲେ ଜଣେ ଡାକ୍ତରଙ୍କ ନାମରେ ଏଭଳି ସଙ୍ଗିନ ଅଭିଯୋଗ କୁ ସାଧାରଣରେ ନିନ୍ଦା କରାଯାଇଛି।