ଦାବରୀମୁଣ୍ଡାରେ ୱାର୍ଡ ସଦସ୍ୟ ଜୟରାମ ଗୌଡ଼ଙ୍କ ଜନସେବାକୁ ପ୍ରଶଂସା
ଝରିଗାଁ, ୧୩/୦୭ (ନକୁଲ ଭତରା) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚଚା ପଞ୍ଚାୟତର ଦାବରୀମୁଣ୍ଡା ଗ୍ରାମ ସୁରୁମୁଣ୍ଡା ୱାର୍ଡର ସଦସ୍ୟ ଜୟରାମ ଗୌଡ଼ଙ୍କ ଜନସେବାମୂଳକ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା ପ୍ରକାଶ ପାଉଥିବା ଗ୍ରାମବାସୀ କହିଛନ୍ତି। ସ୍ଥାନୀୟଙ୍କ ମତାନୁସାରେ, ଜୟରାମ ଗୌଡ଼ ପାନୀୟ ଜଳ, ରାସ୍ତାଘାଟ, ବିଦ୍ୟୁତ, ସ୍ୱଚ୍ଛତା ଓ ସରକାରୀ ଯୋଜନାର ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ଭଳି ବିଭିନ୍ନ ପ୍ରସଙ୍ଗରେ ସକ୍ରିୟ ଭୂମିକା ନେଉଛନ୍ତି। କୌଣସି ସମସ୍ୟା ଉପୁଜିଲେ ସେ ଗ୍ରାମବାସୀଙ୍କ ସହ ଆଲୋଚନା କରି ସମ୍ପୃକ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରି ସମାଧାନ ପାଇଁ ଉଦ୍ୟମ କରୁଥିବା ସେମାନେ କହିଛନ୍ତି। ଗ୍ରାମବାସୀଙ୍କ କହିବାନୁସାରେ, ସରକାରୀ କାର୍ଯ୍ୟ ସହିତ ସାମାଜିକ କାର୍ଯ୍ୟକ୍ରମ ଏବଂ ଲୋକଙ୍କ ସୁଖ–ଦୁଃଖରେ ମଧ୍ୟ ସେ ସାମିଲ ହେଉଥିବାରୁ ତାଙ୍କ ପ୍ରତି ବିଶ୍ୱାସ ବଢ଼ିଛି। ତାଙ୍କର ସରଳ ବ୍ୟବହାର, ନିଷ୍ଠା ଓ ସେବା ମନୋଭାବ ଲୋକଙ୍କ ପ୍ରଶଂସା ସାଉଁଟୁଥିବା ମଧ୍ୟ ସେମାନେ ମତ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ସେ ଅଞ୍ଚଳର ବିକାଶ ଓ ଜନସେବା କାର୍ଯ୍ୟକୁ ଏହିଭଳି ଜାରି ରଖିବେ ବୋଲି ସ୍ଥାନୀୟ ବାସିନ୍ଦାମାନେ ଆଶା ପ୍ରକାଶ କରିଛନ୍ତି।