ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ବଡ଼ ଖୁଲାସା , ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ।
କଟକ, ୦୭/୦୭ ( କାହୁଁ ଚରଣ ବାରିକ ) : ଚାଉଳିଆଗଞ୍ଜ ଆଇ.ଆଇ.ସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣା। କଟକ ଡିସିପିଙ୍କ ପ୍ରତିକ୍ରିୟା। ଶବ ବ୍ୟବଛେଦ ରିପୋର୍ଟ ଆସିଛି ଓ ଶ୍ବାସରୁଦ୍ଧ ହୋଇ ତାଙ୍କର ଜୀବନ ଯାଇଛି ବୋଲି ସ୍ପଷ୍ଟ ହୋଇଛି।ଏଥିରେ କୌଣସି ଫାଉଲ ପ୍ଲେ ନଥିବା ଜଣାପଡିଛି।ତଥାପି ବିଶେଷଜ୍ଞଙ୍କ ମତ ନିଆଯିବ। ଭିସେରା ରିପୋର୍ଟ କୁ ଅପେକ୍ଷା କରାଯାଇଛି। ପରିବାର, ଥାନାରେ ଥିବା କର୍ମଚାରୀ ଓ ପରିଚିତ ଲୋକଙ୍କୁ ପଚରାଉଚୁରା କରାଯାଉଛି। ଶରୀରର ଅନ୍ୟ କୌଣସି ଆଘାତ ନାହିଁ। ମୋବାଇଲ ଲକ୍ ଥିଲା। ଫରେନସିକ ବିଶେଷଜ୍ଞ ଏହାକୁ ଖୋଲି ସମସ୍ତ ତଥ୍ୟ ଦେବେ। ଦୁଇ ତିନି ଦିନ ମଧ୍ୟରେ ତଥ୍ୟ ହସ୍ତଗତ ହେବ। ଏପର୍ଯ୍ୟନ୍ତ କାହାକୁ ଅଟକ ରଖାଯାଇନାହିଁ. ଏହି ମାମଲା ରେ ୨ ଆଇଆଇସି, ଜଣେ ଏସ୍ପି, ଅତିରିକ୍ତ ଡିସିପି ଘଟଣାର ତଦନ୍ତ କରୁଛନ୍ତି। ସ୍ୱାମୀଙ୍କ ସହ ୨ ଭଉଣୀଙ୍କ ବୟାନ ରେକର୍ଡ କରାଯାଇଛି କହିଲେ ଡିସିପି। ଏପର୍ଯ୍ୟନ୍ତ ପରିବାର ଲୋକ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି। ହ୍ୱାଟ୍ସଆପ୍ ଚାଟ୍ ଓ ଅନ୍ୟ ସୋସିଆଲ ମିଡିଆର ଚାଟ୍ ଯାଞ୍ଚ କରାଯିବ। ଶେଷ କଲ୍ରେ ସେ କାହା ସହ କଥା ହୋଇଥିଲେ ଯାଞ୍ଚ କରାଯିବ। ବ୍ୟାଙ୍କ୍ ଡିଟେଲ ଯାଞ୍ଚ ସହ ଫୋନ୍ ଫରେନ୍ସିକ ଲ୍ୟାବ୍ ପଠାଯାଇଛି। ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି- କଟକ ଡିସିପି। ନିର୍ଯାସ ବାହାରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବିୟୁଟି ମହାନ୍ତି ମୃତ୍ୟୁ ମାମଲାରେ ବଡ଼ ଖୁଲାସା , ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ। କଟକ ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ ଆସିଲା ପୋଷ୍ଟମର୍ଡମ ରିପୋର୍ଟ । ଶବ ବ୍ୟବଚ୍ଛେଦ ରିପୋର୍ଟରେ ରହିଛି ଚାଞ୍ଚଲ୍ୟକର ତଥ୍ୟ। ଶ୍ୱାସରୁଦ୍ଧ ଯୋଗୁଁ ବିୟୁଟି ମହାନ୍ତିଙ୍କ ମୃତ୍ୟୁ ହୋଇଥିବା ଉଲ୍ଲେଖ ରହିଛି । ଯାହାକୁ ନେଇ ଆଇଆଇସିଙ୍କ ମୃତ୍ୟୁକୁ ନେଇ ଉଠିଛି ପ୍ରଶ୍ନ । କିଭଳି ସ୍ଥିତିରେ ସେ ଶ୍ବାସରୁଦ୍ଧ ହେଲେ । ଏହା ଆତ୍ମହତ୍ୟା ନା ହତ୍ୟା । ଥାନା ପରିସରରେ ଥିବା ରେଷ୍ଟରୁମ୍ରୁ ତାଙ୍କର ମୃତଦେହ ମିଳିଥିବାବେଳେ କିଭଳି ସ୍ଥିତିରେ ତାଙ୍କର ଶ୍ବାସରୁଦ୍ଧ ହେଲା ସେ ନେଇ ପ୍ରଶ୍ନ ଉଠିଛି । ଚାଉଳିଆଗଞ୍ଜ ପୁଲିସ ମାମଲାର ତଦନ୍ତ ଚଳାଇଥିବା ବେଳେ ବିୟୁଟି ମହାନ୍ତିଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରାଯାଉଛି । ପାହାଳ ଥାନାର ଜଣେ ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରାଯିବା ସହ ତାଙ୍କ ଫୋନ୍ ମଧ୍ୟ ଜବତ କରି ପୁଲିସ ତନାଘନା ଚଳାଇଥିବା ସୂଚନା ମିଳିଛି ।