ବୋଲଗଡ଼ ଭଏସ ଅଫ ମିଡିଆ ପକ୍ଷରୁ ଚାରା ରୋପଣ ଓ ଆର.ଟି.ଆଇ ସଚେତନତା କାର୍ଯ୍ୟକ୍ରମ।
ବୋଲଗଡ଼, ୧୫/୦୭ (ସୁଶାନ୍ତ କୁମାର ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ସ୍ଥିତ ମିନିଷ୍ଟାଡିୟମ କଫେରେନ୍ସ ହଲ ଠାରେ ବୋଲଗଡ଼ ଭଏସ ଅଫ ମିଡିଆ କାର୍ଯ୍ୟରତ ସାମ୍ବାଦିକ ପରିବାର ପକ୍ଷରୁ ଚାରା ରୋପଣ ଓ ଆର.ଟି.ଆଇ ସଚେତନତା କାର୍ଯ୍ୟକ୍ରମ ବୁଧୁବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ଓ ବୃକ୍ଷ ହିଁ ଜୀବନ କହିଥିଲେ l ତତ ସହିତ ଆର.ଟି.ଆଇ ସମ୍ପର୍କରେ ଗୁରୁତ୍ୱ ଆରୋପ କରିବା ସହିତ ପୂର୍ବତନ ପ୍ରଧାନ ମନ୍ତ୍ରୀ ମନ ମୋହନ ସିଂହ ଏହି ସୂଚନା ଅଧିକାର ନିୟମ ସୃଷ୍ଟି କରି ସମସ୍ତ ଭାରତୀୟ ନାଗରିକ ମାନଙ୍କୁ ସମସ୍ତ ତଥ୍ୟ ଜାଣିବାର ପ୍ରୟାସ କରିଥିଲେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଓଡିଶା ସୂଚନା ଅଧିକାର ଅଭିଯାନ ଆବାହକ ପ୍ରଦୀପ କୁମାର ପ୍ରଧାନ ଯୋଗ ଦେଇଥିଲେ। ସେହିପରି ସ୍ୱତନ୍ତ୍ର ଅତିଥି ଭାବେ ଅବସରପ୍ରାପ୍ତ ବିଚାରପତି ସୁରେନ୍ଦ୍ର କୁମାର ପାଢୀ ଯୋଗଦେଇ ଥିଲେ।ସଂମ୍ମାନୀତ ଅତିଥି ଭାବେ ରାଜ୍ୟ ଭଏସ ଅଫ ମିଡିଆ ସଭାପତି ପ୍ରଭାତ କୁମାର ମିଶ୍ର, ତହସିଲଦାର ବିଜୟ କୁମାର ସେଠୀ,ଭଏସ ଅଫ ମିଡିଆ ଜିଲ୍ଲା ସଭାପତି ଧନେଶ୍ୱର ବିଧାର,ସମାଜିକ କର୍ମ୍ମୀ ପୂର୍ଣଚନ୍ଦ୍ର ନାୟକ, ଗୋପାଳପୁର ସରପଞ୍ଚ ପ୍ରଦୀପ ବାରିକ, ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ, ସମାଜସେବୀ ଦେବୀ ପ୍ରସାଦ ମିଶ୍ର ଓ ଶିକ୍ଷାବିତ ଗୋପୀନାଥ ଖାଡଙ୍ଗା, ସାନ୍ତୁନୁ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟ ବକ୍ତା ଶ୍ରୀ ପ୍ରଧାନ ସୂଚନା ଅଧିକାର ସମ୍ପର୍କରେ ବିସ୍ତୃତ ବର୍ଣ୍ଣନା କରି ସମସ୍ତ ସରକାରୀ ଅଫିସ କାର୍ଯ୍ୟଳୟ,ସରକାରୀ କର୍ମଚାରୀ ଏବଂ ସରକାରଙ୍କୁ ମଧ୍ୟ ସମସ୍ତ ଜନସାଧାରଣ ମାନେ ବିଭିନ୍ନ ସୂଚନା ମାଗିପାରିବେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ l ଭଏସ ଅଫ ମିଡ଼ିଆର ରାଜ୍ୟ ସଭାପତି ପ୍ରଭାତ ମିଶ୍ର ଓ ଜିଲ୍ଲା ସଭାପତି ଧନେଶ୍ୱର ବିଧାର ବୋଲଗଡ ଭଏସ ଅଫ ମିଡିଆ କାର୍ଯ୍ୟରତ ସାମ୍ବାଦିକ ପରିବାର ବୋଲଗଡର ସଂଘ କୁ ଆଜି ପଞ୍ଜିକୃତ ହୋଇଥିବା ପ୍ରମାଣ ପତ୍ରକୁ ସଙ୍ଘର ସଭାପତି ଓ ସମ୍ପାଦକଙ୍କୁ ପ୍ରଦାନ କରିଥିଲେ l ବୋଲଗଡ ବ୍ଲକ ସଭାପତି ନିରଞ୍ଜନ ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ସତ୍ୟ ନାରାୟଣ ବାରିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।