ଜୟପୁର ରେ ରଥଯାତ୍ରା କୁ ନେଇ ପୋଲିସ ତରଫରୁ ପ୍ରେସ ବିବୃତି.
ଜୟପୁର, ୧୫/୦୭ ( ଏ. ଭେଙ୍କଟ ରାଓ ) : ଚଳିତ ବର୍ଷ ରଥଯାତ୍ରା ପାଇଁ ନିୟୋଜିତ ହେବେ 9 ପ୍ଲାଟୁନ ପୋଲିସ ତାରିଣୀ ଛକ ଠାରୁ ୱେଲକମ ଛକ ପ୍ରଯ୍ୟନ୍ତ ନୋ ଭେଇକାଲ ଜୋନ, ଦିନ 11 ଟାରୁ ରାତି 12 ଯାଏଁ ରହିବ ଏହି କଟକଣା,ଦୁଇ ଚକିଆ ଗାଡି ପାଇଁ ପୁରୁଣା ବସଷ୍ଟାଣ୍ଡ ଓ ଚାରି ଚକିଆ ଗାଡି ପାଇଁ ବିକ୍ରମ ଦେଵ ବିଶ୍ୱ ବିଦ୍ୟାଳୟ, କେ ସି ସି ବେଙ୍କ ପରିସର, ପୁରୁଣା ଦମକଳ କେନ୍ଦ୍ର କୁ ଚି଼ହ୍ନଟ କରାଯାଇଛି. ତା ସହିତ ଏକ ଜରୁରୀ କାଳିନ ନମ୍ବର ଭି ଜାରି କରାଯାଇଚି 9438916930 ତା ସହିତ ଏକ କଣ୍ଟ୍ରୋଲ ରୁମ ର ଭି ବ୍ୟବସ୍ଥା କରାଯାଇଛି ମହିଳା ମାନଙ୍କ ସୁରକ୍ଷା ପାଇଁ ସାଧା ପୋଷକ ରେ ସ୍ୱତନ୍ତ୍ର ପୋଲିସ ଫୋର୍ସ ଭି ମୁତୟନ ହେବେ. ଖାସ କରି ସୁରକ୍ଷା କୁ ଦୃଷ୍ଟି ରଖି ଆବଶ୍ୟକତା ମୁତାବକ ଟଙ୍କା ଆଣିବା ସହ ଅଳଙ୍କାର ନ ପିନ୍ଧିକି ଆସିବା ପାଇଁ ଅନୁରୋଧ କରିଛି ପୋଲିସ.