Hot Posts

6/recent/ticker-posts

ବାଲେଶ୍ୱରରେ ବିଜେପିର ସାଙ୍ଗଠନିକ ବୈଠକ ବୁଥ୍ ସଶକ୍ତୀକରଣ, ଜନସମ୍ପର୍କ ବୃଦ୍ଧି ଓ ସଂଗଠନ ବିସ୍ତାର ଉପରେ ଗୁରୁତ୍ୱ

ବାଲେଶ୍ୱର, ୨୦/୦୭ (ପ୍ରଦୀପ କୁମାର ମଲ୍ଲିକ) : ଭାରତୀୟ ଜନତା ପାର୍ଟି (ବିଜେପି) ବାଲେଶ୍ୱର ଜିଲ୍ଲା ପକ୍ଷରୁ ଆତିଥ୍ୟ ଭବନରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଦଳର ସାଙ୍ଗଠନିକ ସ୍ଥିତିର ସମୀକ୍ଷା ସହ ଆଗାମୀ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ବୁଥ୍ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା, ସକ୍ରିୟ ସଦସ୍ୟଙ୍କ ଭୂମିକା ବୃଦ୍ଧି କରିବା ଓ ଜନସାଧାରଣଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପନ ଉପରେ ବିଶେଷ ଆଲୋଚନା ହୋଇଥିଲା। ବୈଠକରେ ବରିଷ୍ଠ ନେତା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ,ଜିଲ୍ଲା ପ୍ରଭାରୀ ଗୌତମ ରାୟ , ବିଧାୟକ ମାନସ ଦତ୍ତ , ଜିଲା ବିଜେପି ସଭାପତି ଈଶ୍ୱର ବେହେରା, ପ୍ରାକ୍ତନ ଜିଲା ସଭାପତି ଉମାକାନ୍ତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀର ମମତା ମହାପାତ୍ର, ସୁଷମା ରାଣୀ ବିଶ୍ୱାଳ, ଉପ ସଭାପତି ପର୍ଶୁରାମ ପରିଡ଼ାଙ୍କ ସମେତ ଜିଲ୍ଲାର ବିଭିନ୍ନ ଦଳୀୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇଥିଲେ। ନେତୃବୃନ୍ଦ ଦଳୀୟ କର୍ମୀମାନଙ୍କୁ ସଂଗଠନର ଆଦର୍ଶ ଓ କାର୍ଯ୍ୟକ୍ରମକୁ ଘରେ ଘରେ ପହଞ୍ଚାଇବା ସହ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଆହ୍ୱାନ ଦେଇଥିଲେ। ସଂଗଠନର ଶୃଙ୍ଖଳା, ସମନ୍ୱୟ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ପଦାଧିକାରୀଙ୍କୁ ଏକାଠି ହୋଇ କାର୍ଯ୍ୟ କରିବାକୁ ବୈଠକରେ ଆହ୍ୱାନ କରାଯାଇଥିଲା।