Hot Posts

6/recent/ticker-posts

କଳାହାଣ୍ଡି ପୋଲିସର ବଡ଼ ସଫଳତା: ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା, ୦୫/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ପୋଲିସ ଚୋରି ଘଟଣାର ପର୍ଦ୍ଦାଫାସ କରି ଏକ ବଡ଼ ସଫଳତା ହାସଲ କରିଛି। ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଘଟିଥିବା ବିଭିନ୍ନ ଚୋରି ମାମଲାର ତଦନ୍ତ କରି ପୋଲିସ ଏକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ₹୪,୪୨,୦୦୦ ଟଙ୍କା ନଗଦ ଏବଂ ପ୍ରାୟ ୭୮ ଗ୍ରାମ ତରଳାଇ ସୁନା ଜବତ କରିଛି। କଳାହାଣ୍ଡି ପୋଲିସର ଏହି ସଫଳତା ଅପରାଧ ନିୟନ୍ତ୍ରଣ ଓ ଆଇନ-ଶୃଙ୍ଖଳା ବଜାୟ ରଖିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ