Hot Posts

6/recent/ticker-posts

ନୂଆପଡ଼ା ମଣ୍ଡିରେ ଅସମ୍ଭାଳ ଭିଡ଼, ଆଇ-ସ୍କେନ ପାଇଁ ଚାଷୀଙ୍କ ଲମ୍ବା ଧାଡ଼ି

ନୂଆପଡ଼ା, ୦୫/୦୭ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲାରେ ରବି ଧାନ ଉଠାଣ ପାଇଁ ସମୟସୀମା ଶେଷ ହେବାକୁ ବସିଥିବା ବେଳେ ମଣ୍ଡିରେ ଦେଖାଦେଇଛି ଅସମ୍ଭାଳ ଭିଡ଼। ଖଡ଼ିଆଳ ସମେତ ବିଭିନ୍ନ ମଣ୍ଡିରେ ଆଇ-ସ୍କେନ (Eye Scan) ପାଇଁ ଚାଷୀଙ୍କ ଲମ୍ବା ଧାଡ଼ି ଚାଷୀଙ୍କ ଅସହାୟତାକୁ ପଦାରେ ପକାଇଛି। ମୁଖ୍ୟ ସମସ୍ୟା: ଭିଡ଼ ଓ ବିଳମ୍ବ: ଖଡ଼ିଆଳ ମଣ୍ଡିରେ ୨୨୦ ଜଣ ଚାଷୀଙ୍କ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ବସ୍ତା ଧାନ ପଡ଼ି ରହିଛି। ମାତ୍ର ଗୋଟିଏ ସ୍କାନର ଯୋଗୁଁ କାମ ଅତ୍ୟନ୍ତ ମନ୍ଥର ଗତିରେ ଚାଲିଛି। ​ପାଣିପାଗର ଭୟ: ଖୋଲା ଆକାଶ ତଳେ ପଲିଥିନ ଢାଙ୍କି ଚାଷୀ ଧାନ ରଖିଛନ୍ତି। ବର୍ଷା ହେଲେ ଧାନ ଗଜା ହୋଇ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ରହିଛି। ଚାଷୀଙ୍କ ନିବେଦନ: ଆଉ ମାତ୍ର କିଛି ଦିନ ବାକି ଥିବାରୁ, ଯୁଦ୍ଧକାଳୀନ ଭିତ୍ତିରେ ଧାନ ଉଠାଣ କରିବାକୁ ଚାଷୀମାନେ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ​ଧାନ ଆମର କଷ୍ଟର ଅର୍ଜିତ ସମ୍ବଳ। ମଣ୍ଡିରେ ପଡ଼ିଥିବା ଚାଷୀଙ୍କ ଏହି ଧାନ କେବେ ଉଠିବ? ପ୍ରଶାସନ କେବେ ଶୁଣିବ ଚାଷୀଙ୍କ କଥା।