Hot Posts

6/recent/ticker-posts

ସେତୁ ଓ ବ୍ୟାରେଜକୁ 'ନୋ ପାର୍କିଂ ଜୋନ୍' ଭାବେ ଘୋଷଣା

କଟକ, ୩୧/୦୭ ( କାହୁଁ ଚରଣ ବାରିକ ) : ଜନସୁରକ୍ଷାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ସମସ୍ତ ସେତୁ ଓ ବ୍ୟାରେଜକୁ 'ନୋ ପାର୍କିଂ ଜୋନ୍' ଭାବେ ଘୋଷଣା କରାଯାଇଛି। ବନ୍ୟା ପରିସ୍ଥିତି ସମୟରେ ସେତୁ ଓ ବ୍ୟାରେଜ ଉପରେ ଅନାବଶ୍ୟକ ଭିଡ଼ ନ କରିବା, ସେଠାରେ ଯାନବାହନ ପାର୍କିଂ ନ କରିବା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମୟ ସମୟରେ ଜାରି କରାଯାଉଥିବା ସମସ୍ତ ପରାମର୍ଶ ଓ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବା ପାଇଁ ସାଧାରଣ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ।