ଆସନ୍ତୁ_ମିଳିମିଶି_କରିବା_ରକ୍ତଦାନ_ବଞ୍ଚାଇବା_ଜୀବନ
କଟକ, ୧୯/୦୭ ( କାହୁଁ ଚରଣ ବାରିକ ) : ଆଜି ଚୌଦ୍ଵାର ଦୌଲତାବାଦସ୍ଥିତ ଟିପିଏମ୍ ଖେଳ ପଡ଼ିଆଠାରେ "ସାଇ ସ୍ପୋର୍ଟସ କ୍ଲବ" ଆନୁକୂଲ୍ୟରେ ଆୟୋଜିତ "ସ୍ୱେଚ୍ଛାକୃତ ରକ୍ତଦାନ ଶିବିର"ରେ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ରକ୍ତ ଅଭାବଜନିତ ସମସ୍ୟା ଦୂର କରିବା ପାଇଁ ଆୟୋଜକ ମାନଙ୍କର ଏହି ମହତ ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ। ଏହି କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ସଦସ୍ୟବୃନ୍ଦ, ପାରିଷଦବୃନ୍ଦ ଏବଂ ସର୍ବୋପରି ଜୀବନ ରକ୍ଷାକାରୀ ରକ୍ତଦାତା ଭାଇଭଉଣୀ ମାନଙ୍କୁ **ନବଦୂତ news* ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଓ ଶୁଭେଚ୍ଛା।