Hot Posts

6/recent/ticker-posts

ବିଧାୟିକା ଉନ୍ନୟନ ପାଣ୍ଠିରେ ବଙ୍ଗାଳୀ ସାହି ପୂଜା କମିଟି କମ୍ୟୁନିଟି ସେଣ୍ଟରର ପୁନଃରୁଦ୍ଧାର କାର୍ଯ୍ୟ ଶୁଭାରମ୍ଭ

କଟକ, ୧୯/୦୭ ( କାହୁଁ ଚରଣ ବାରିକ ) : ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଧାୟିକା ଉନ୍ନୟନ ପାଣ୍ଠି ସହାୟତାରେ “ବଙ୍ଗାଳୀ ସାହି ପୂଜା କମିଟି କମ୍ୟୁନିଟି ସେଣ୍ଟର”ର ପୁନଃରୁଦ୍ଧାର କାର୍ଯ୍ୟ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି। ଏହି କମ୍ୟୁନିଟି ସେଣ୍ଟରର ନବୀକରଣ ଦ୍ୱାରା ଅଞ୍ଚଳବାସୀ ବର୍ଷସାରା ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଆନୁଷ୍ଠାନିକ କାର୍ଯ୍ୟକ୍ରମ ସହଜରେ ଆୟୋଜନ କରିପାରିବେ, ଯାହା ସ୍ଥାନୀୟ ଲୋକଙ୍କ ପାଇଁ ବେଶ୍ ସହାୟକ ହେବ। ଆଞ୍ଚଳିକ ବିକାଶ ଦିଗରେ ଏହା ଆଉ ଏକ ସଫଳ ପଦକ୍ଷେପ।