Hot Posts

6/recent/ticker-posts

ଜମି ଆମର, ଅଧିକାର ଆମର : ଆଦିବାସୀଙ୍କ ଦାବିପତ୍ର ପ୍ରଦାନ

ତେନ୍ତୁଳୀଖୁଣ୍ଟି, ୧୫/୦୭ (ଶେଖର ଖୁରା) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ଗ୍ରାମ ପଞ୍ଚାୟତର ଖୁଣ୍ଟିପଦର ଗ୍ରାମର ଆଦିବାସୀମାନେ “ଜମି ଆମର, ଅଧିକାର ଆମର” ସ୍ଲୋଗାନ ଦେଇ ନିଜମାନଙ୍କ ପାରମ୍ପରିକ ଜମି ଅଧିକାରକୁ ସ୍ୱୀକୃତି ଦେବା ପାଇଁ ଦାବି ଉଠାଇଛନ୍ତି। “ଆଦିବାସୀଙ୍କୁ ଜମି ପଟ୍ଟା ଦିଅ, ଶୋଷଣ ବନ୍ଦ କର” ଏବଂ “ପାରମ୍ପରିକ ଅଧିକାରକୁ ସ୍ୱୀକୃତି ଦିଅ” ଭଳି ଦାବି ନେଇ ଶତାଧିକ ଆଦିବାସୀ ଆଜି ତେନ୍ତୁଳୀଖୁଣ୍ଟି ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଆଦିବାସୀ ପରିବାରମାନଙ୍କ ଦୀର୍ଘଦିନର ପାରମ୍ପରିକ ଜମି ଅଧିକାରକୁ ଆଇନଗତ ସ୍ୱୀକୃତି ପ୍ରଦାନ କରିବା ସହ ଯୋଗ୍ୟ ପରିବାରମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ପାଇଁ ପ୍ରଶାସନଙ୍କୁ ଅନୁରୋଧ କରାଯାଇଛି।ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର ପୁର l