Hot Posts

6/recent/ticker-posts

ଗୁମ୍ମା ଘାଟିରେ ଚକା ଜାମ୍: ଜାତୀୟ ରାଜପଥ-୩୨୬ରେ ଦୀର୍ଘ ଯାନଜଟ, ବାଧାପ୍ରାପ୍ତ ହେଲା ଯାତାୟାତ!

ରାୟଗଡ଼ା, ୧୭/୦୭ ( ଭି. ଗୌରି ଶଙ୍କର ରାଓ ) : ରାୟଗଡ଼ା ଜିଲ୍ଲାର ଗୁମ୍ମା ଘାଟିରେ ଆଜି ବଡ଼ଧରଣର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଛି। ଜାତୀୟ ରାଜପଥ-୩୨୬ (NH-326) ମଝିରେ ଏକ ମାଲବାହୀ ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବ୍ରେକ୍‌ଡାଉନ୍ ହୋଇ ରାସ୍ତା ମଝିରେ ଅଟକି ରହିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଘାଟି ଅଞ୍ଚଳରେ ଉଭୟ ପାର୍ଶ୍ୱରେ ଶହ ଶହ ଟ୍ରକ୍, ବସ୍ ଓ କାର୍ ଦୀର୍ଘ ସମୟ ଧରି ଅଟକି ରହିଛି। ଫଳରେ ହଜାର ହଜାର ଯାତ୍ରୀ ଘାଟି ରାସ୍ତାରେ ଫସି ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ଟ୍ରକ୍‌ଟିକୁ ହଟାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଏହି ମାର୍ଗ ଦେଇ ଯାତ୍ରା କରୁଥିବା ଯାନଚାଳକଙ୍କୁ ସତର୍କ ରହିବା ସହ ବିକଳ୍ପ ମାର୍ଗ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି।