Hot Posts

6/recent/ticker-posts

ପଦ୍ମପୁର ପ୍ରାଥମିକ ବିଦ୍ୟାଳୟ ରେ ଏସଏମସି ନୂତନ କମିଟି ଚୟନ

ଧର୍ମଗର୍ଡ, ୨୦/୦୭ ( ରିତେଶ କୁମାର ମୁଣ୍ଡ ) : ଧର୍ମଗଡ ବ୍ଲକ ଅନ୍ତର୍ଗତ ପଦ୍ମପୁର ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ହୋଇଯାଇଛି। ଆଜି 20 ଜୁଲାଇ 2026 ସୋମବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ନାଏକ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ପ୍ରକ୍ରିୟାରେ ୧୨ ଜଣ ସଦସ୍ୟ ଓ ସଦସ୍ୟାଙ୍କୁ ନେଇ କମିଟି ଗଠନ କରାଯାଇଥିଲା। କମିଟିର ସଭାପତି ପଦ ପାଇଁ ଦେବେନ୍ଦ୍ର ଗୋପାଳ କୁ ଚୟନ କରା ଯାଇଛି. କମିଟି ରେ ମେମ୍ବର ମାନେ ହେଲେ ବିଶି କେଶନ ଗୋପାଳ, ଦେବେନ୍ଦ୍ର ଗୋପାଳ କୁମାରୀ ଟାକ୍ରି, ଗୌରଙ୍ଗ ଟାକ୍ରି, ବବିତା ଗୋପାଳ, ପଙ୍କଜିନୀ ଟାକ୍ରି, ସଚଲା ଗୋପାଳ, ଜୟକର ଟାକ୍ରି, ଲାଲମୋହନ ପୂଝାରୀ ନରହରି ଗୋପାଳ , ପ୍ରଧାନ ଶିକ୍ଷକ ତାଙ୍କୁ ସଭାପତି ଭାବେ ସମ୍ମାନିତ କରି ଥିଲେ ।