ଜଗମୋହନ ହାଇ ସ୍କୁଲ ରେ ୭୭- ତମ ବନ ମହୋତ୍ସବ
କଳାହାଣ୍ଡି, ୧୪/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ୭୭ତମ ରାଜ୍ୟ ସ୍ତରୀୟ ବନମହୋତ୍ସବ ୨୦୨୬ ଓଡିଶା ସାରା ପାଳିତ ହେଉଛି । ଏହିକାର୍ଯ୍ୟକ୍ରମରେ ବ୍ରୁକ୍ଷରୋପଣ, ପରିବେଶ ସଚେତନତା ରାଲି କରାଯାଇଥିଲା । ସବୁଜ ଓଡିଶା, ସବୁଜ କଳାହାଣ୍ଡି କିପରି ହୋଇ ପାରିବ ତାହା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ଏହି ପରି ପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ର ଜୁନାଗଡ଼ ବ୍ଲକ୍ ଜଗମୋହନ ହାଇ ସ୍କୁଲ, ପିଳିକିଆ ପରିସରରେ ୭୭ତମ ବନ ମହୋତ୍ସବର ଉତ୍ସାହର ସହ ପାଳିତ ହୋଇଯାଇଅଛି। ଏହି ବନ ମହୋତ୍ସବ ରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷକ ସଞ୍ଜୀବ ମେହେର, ଇକୋକ୍ଲବ୍ ଇନ୍ ଚାର୍ଜ ନିରଞ୍ଜନ ସାହାଣୀ, ମନ୍ମଥ କୁମାର ପଣ୍ଡା, ପ୍ରଭାତ ନାୟକ, ସୁଶାନ୍ତ କୁମାର ସରାଫ ଶିକ୍ଷକ ବୃନ୍ଦ, ଫରେଷ୍ଟର ସୀମା କୁମାରୀ ଧଙ୍ଗଡା ମାଝି, ଝୁନୁବାଳା ସାହୁ, ଫରେଷ୍ଟ ଗାର୍ଡ ପ୍ରଭାସିନୀ ଗୋପାଲ, ରିନା ମାଝି ଏବଂ ଅନିତା ଦୁର୍ଗା ,ବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହି ପ୍ରାୟ ୨୦୦ ବୃକ୍ଷ ରୋପଣ କରି ଥିଲେ । ଏହି କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ ନିରଞ୍ଜନ ସାହାଣୀ ପରିଚାଳନା କରିଥିଲେ । ପରିବେଶ ସୁରକ୍ଷା ଏବଂ ସବୁଜ ବନାନୀ ଗଠନରେ ଛାତ୍ର ଛାତ୍ରୀ ମାନଙ୍କ ସକ୍ରିୟ ଭୂମିକା ରହିଛି ବୋଲି ବନ କର୍ମ ଚାରୀ ମତ ପ୍ରକାଶ କରିଥିଲେ। ଶେଷରେ ଅଧିକ ରୁ ଅଧିକ ଗଛ ଲଗାଇ ତାର ଯତ୍ନ ନେବାକୁ ସମସ୍ତେ ସଂକଳ୍ପ ନେଇଥିଲେ ।