କୋକସରା, ୦୨/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରାରେ ଜଣେ ବ୍ୟବସାୟୀଙ୍କ ଘରୁ ସୁନା ଗହଣା, ରୂପା ସାମଗ୍ରୀ ଓ ନଗଦ ଟଙ୍କା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପାଇଁ ପୁଲିସ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରର ସହାୟତା ନେଇ ତଦନ୍ତ ଜାରି ରଖିଛି। କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମରେ ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଛି। ଜାତୀୟ ରାଜପଥ–୨୬ କଡ଼ରେ ଥିବା ବ୍ୟବସାୟୀ ପରମାନନ୍ଦ ଗୁପ୍ତାଙ୍କ ପରିବାର ଘରେ ନଥିବା ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରେ ପଶି ଚୋରି କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଘରୁ ସୁନା ଗହଣା, ରୂପା ସାମଗ୍ରୀ ଏବଂ ପ୍ରାୟ ୧୦ ହଜାରରୁ ଅଧିକ ନଗଦ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଘଟଣାର ସୂଚନା ପାଇ କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକଙ୍କ ନେତୃତ୍ୱରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରର ସହାୟତାରେ ବିଭିନ୍ନ ପ୍ରମାଣ ସଂଗ୍ରହ କରାଯାଉଛି ଚୋରମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି।
Report: ବିଷ୍ଣୁ ଚରଣ ସ୍ୱାଇଁ
