ମାନିନୀ ବିଶ୍ୱାଳ ହେଲେ ଜିଲ୍ଲା ମହିଳା ମୋର୍ଚ୍ଚା କୋଷାଧ୍ୟକ୍ଷା
ଯାଜପୁର , ୩୦/୦୭ (ପ୍ରଦୀପ କୁମାର ମଲ୍ଲିକ) : ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ସାରା ରାଜ୍ୟରେ ସଂଘଠନଙ୍କୁ ମଜବୁତ କରିବାପାଇଁ ମହିଳା ମାନଙ୍କୁ ଗୁରୁ ଦାୟିତ୍ୱ ଦେଉଛନ୍ତି, ଏହି କ୍ରମରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱଯ୍ୟା ବିଶ୍ୱାଳ ଏବଂ ଜିଲ୍ଲା ସଭାପତି ଶ୍ରୀମତୀ ଦେବଯାନୀ ପ୍ରଧାନଙ୍କ ଅନୁମୋଦନ କ୍ରମେ ଯାଜପୁର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଦିପ୍ତିମୟୀ କୁଆଁର ଯାଜପୁର ଜିଲ୍ଲା ମହିଳା ମୋର୍ଚ୍ଚା ପଦାଧିକାରୀ ତାଲିକା ଘୋଷଣା କରିଛନ୍ତି ଏହି ତାଲିକାରେ ବିଂଝାରପୁର ନିର୍ବାଚନମଣ୍ଡଳୀ ବାଙ୍ଗରା ପଞ୍ଚାୟତର ପୂର୍ବତନ ସମିତିସଭ୍ୟା ମାନିନୀ ବିଶ୍ୱାଳଙ୍କୁ ଜିଲ୍ଲା ମହିଳା ମୋର୍ଚ୍ଚା କୋଷାଧକ୍ଷା ଭାବେ ଏକ ଗୁରୁ ଦାୟିତ୍ୱ ଦେଇଛନ୍ତି, ଏହି ଚିଠି ଦେଖିଲା ପରେ ମାନିନୀ ଙ୍କ ଶୁଭେଛୁ ମାନଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି, ଏଭଳି ଏକ ଗୁରୁ ଦାୟିତ୍ୱ ଦେଇଥିବାରୁ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଶ୍ରୀମତୀ ଐଶ୍ୱଯ୍ୟା ବିଶ୍ୱାଳ ଯାଜପୁର ଜିଲ୍ଲା ସଭାପତି ଶ୍ରୀମତୀ ଦେବଯାନୀ ପ୍ରଧାନ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ଦିପ୍ତିମୟୀ କୁଆଁର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ବବିତା ମଲିକଙ୍କୁ ମାନିନୀ କୃତଜ୍ଞତା ଜଣାଇଛନ୍ତି।