ଜମିରୁ ଦୁଇ ଅଜଗର ସାପ ଉଦ୍ଧାର କଲେ ଗ୍ରାମବାସୀ
କଳାହାଣ୍ଡି, ୦୯/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଫରେଷ୍ଟ ସେକ୍ସନର କାଉଡୋଳା ଗ୍ରାମରେ ଦୁଇଟି ଅଜଗର ସାପ ଉଦ୍ଧାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ରାତିରେ ରାସ୍ତା ଦେଇ ଯାଉଥିବା ଜଣେ ବାଇକ ଚାଳକ ଏକ ଅଜଗର ସାପକୁ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଜଙ୍ଗଳରେ ଛାଡ଼ି ଦେଇଥିଲେ। ତେବେ ଆଜି ସକାଳେ ସେହି ଗ୍ରାମର ଏକ ଜମିରୁ ପୁଣି ଆଉ ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଜଙ୍ଗଳରେ ଖାଦ୍ୟ ଅଭାବ କିମ୍ବା ଖାଦ୍ୟ ଅନ୍ୱେଷଣରେ ଏହି ଅଜଗରମାନେ ଗାଁ ମୁହାଁ ହେଉଥିବା ଅନୁମାନ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସତର୍କତା ବଢ଼ିଛି। ଗତ ରାତିରେ କାଉଡୋଳା ଗ୍ରାମ ନିକଟ ରାସ୍ତାରେ ଏକ ବିରାଟ ଅଜଗର ସାପ ଦେଖାଯିବା ପରେ ଜଣେ ବାଇକ ଚାଳକ ତୁରନ୍ତ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀମାନେ ସାହସିକତାର ସହ ସାପଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଳରେ ଛାଡ଼ି ଦେଇଥିଲେ। ତେବେ ଆଜି ସକାଳେ ସେହି ଗ୍ରାମର ଏକ ଜମିରୁ ପୁଣି ଆଉ ଏକ ଅଜଗର ସାପ ମିଳିଥିଲା। ସ୍ଥାନୀୟ ଲୋକମାନେ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଲଗାତାର ଦୁଇଟି ଅଜଗର ଉଦ୍ଧାର ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ଜଙ୍ଗଳରୁ ଖାଦ୍ୟ ଅନ୍ୱେଷଣରେ ଏହି ଅଜଗରମାନେ ଜନବସତି ଆଡ଼କୁ ଆସୁଥିବା ଅନୁମାନ କରାଯାଉଛି। ବନ ବିଭାଗ ପକ୍ଷରୁ ଏପରି ଘଟଣା ଉପରେ ନଜର ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।