Hot Posts

6/recent/ticker-posts

ମର୍କତ ନଗର ପ୍ରଥମ ବାହୁଡାଯାତ୍ରା ଆନନ୍ଦ ଉଲ୍ଲାସରେ ପାଳିତ।

କଟକ, ୨୫/୦୭ ( କାହୁଁ ଚରଣ ବାରିକ ) : କଟକ ସିଡିଏ ସ୍ଥିତ ମର୍କତନଗର ଆବାସିକ ସଂଘ ପକ୍ଷରୁ ଆଜି ପବିତ୍ର ବାହୁଡାଯାତ୍ରା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଉଇଣ୍ଡସର ପ୍ଳେସ ନିକଟ ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରରେ ସଂଘର ଉପସଭାପତି ରମାନାଥ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ସନ୍ତେ। ଷ କୁମାର ନନ୍ଦ ଓ ନିଶାକର ଦାଶ ପ୍ରମୁଖ ଚତୁର୍ଦ୍ଧା ମୂର୍ତୀଙ୍କର ପହଣ୍ଡି ବିଜେ କରାଇଥିଲୋ ସଭାପତି ସୌରଚନ୍ଦ୍ର ମହାପାତ୍ର ପଟୁଆରରେ ଆସି ଛେରାପହଁରା କରିବାପରେ ରଥଟଣା ଆରମ୍ଭ ହୋଇଥିଲା । ବୀମା ବିହାର ଆବାସିକ ସଂଘ ସଭାପତି ଗିରିଜା ପଟ୍ଟନାୟକ ଓ ସଂପାଦକ ସୁଧେନ୍ଦୁ ରାଉତରାୟ ମାଉସୀ ମା'ଙ୍କ ମନ୍ଦିରରୁ ସୁସ୍ଵାଦୁ ପୋଡପିଠା ଭୋଗ ବ୍ୟବସ୍ଥା କରାଇଥିଲେ। ମାରଆଡି ସମାଜ ପକ୍ଷରୁ ରମଣ ବା6ଗଡ଼ିଆ, ଦୀପକ କାଜଡ଼ିଆ ଓ ତ୍ରିନାଥ କ୍ଳବ ପକ୍ଷରୁ ଆଡଭୋକେଟ ଗଦାଧର ସାହୁଙ୍କ ନେତୃତ୍ଵରେ ରସଗୋଲା ପ୍ରସାଦ ଓ ଜଳପାନ ବ୍ୟବସ୍ଥା କରାଯାଇଥିଲା । ଘଣ୍ଟ, ଘଣ୍ଟା, ଭଜନ କୀର୍ତ୍ତନ ଓ ନର୍ତକୀମାନଙ୍କ ମନଛୁଆଁ ନୃତ୍ୟରେ ସମଗ୍ର ସିଡିଏ ପ୍ରକମ୍ପିତ ହୋଇ ଯାଇଥିଲା । କଟକ ଡିସିପି ପୁଲିସ ବ୍ୟବସ୍ଥା ଓ ରଥ ସୁପରିଚାଳନା ତଦାରଖ କରିବା ସହିତ ଆବାସିକ ସଂଘର ଶୃଙ୍ଗଳିତ ରଥଯାତ୍ରାର ଭୂୟସୀ ପ୍ରଶଂସା କରିଥିଲେ । ଆବାସିକ ସଂଘର ବରିଷ୍ଠ ସଦସ୍ୟ ଜ୍ଞାନ ରଂଜନ ବଳ, ରଘୁନାଥ ପ୍ରସାଦ ପଣ୍ଡା, ପ୍ରଫୁଲ୍ଲ ଆଚାର୍ଯ୍ୟ,ଆଇନ ପରାମର୍ଶଦାତ। ବିଭୂତି ଭୂଷଣ ବୌଧୁରୀ, କାନନ ବିହାରୀ ଦାଶ, ଅରବିନ୍ଦ ରାଉତରାୟ, ପ୍ରଦୀପ ସାହୁ, ଯୁଗ୍ମ ସଂପାଦକ ବଂକିମ ମହାନ୍ତି ପ୍ରମୁଖ ବାହୁଡା ଯାତ୍ରାର ସଫଳ ଆୟୋଜନ ରେ ଭାଗ ନେଇଥିଲେ । ବିଦ୍ୟୁତ କର୍ମଚାରୀଙ୍କ ସହଯୋଗ ଅତ୍ୟନ୍ତ ପ୍ରଶଁସନୀୟ ଥିଲା । ଆସନ୍ତ। କାଲି ସୁନାବେଶ ଓ ପରବର୍ତ୍ତୀ ଦିନରେ ଅଧର ପଣା ଏବଂ ନିଳାଦ୍ରୀବିଜେ ବ୍ୟବସ୍ଥା ରହିଛି ।