କଳାହାଣ୍ଡି, ୨୪/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନ ପରିସରରେ ସିବିଏସଇ ଫାର୍ ଇଷ୍ଟ ଜୋନ୍ ତୀରନ୍ଦାଜ ପ୍ରତିଯୋଗିତା–୨୦୨୬ ଉଦ୍ଘାଟିତ ହୋଇଯାଇଛି | ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୌମ୍ୟରଂଜନ ପ୍ରଧାନ ସିଡିଓ- କମ-ଇଓଜେଡପି, କଳାହାଣ୍ଡି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ରମେଶ ଚନ୍ଦ୍ର ପାଢି ଜିଲ୍ଲା କ୍ରୀଡା ଅଧିକାରୀ କଳାହାଣ୍ଡି ,ଶ୍ରୀ ସୁନିଲ କୁମାର ବେହେରା ତୀରନ୍ଦାଜ ସଂଘ ଉପସଭାପତି ଓଡ଼ିଶା, ଶ୍ରୀ ରାଜେନ୍ଦ୍ର ପ୍ରସାଦ ବଢାଇ ଜିଲ୍ଲା କ୍ରୀଡା ଅଧିକାରୀ ନୂଆପଡ଼ା , ମୁଖ୍ୟ ପର୍ଯ୍ୟବେକ୍ଷକ ଶ୍ରୀ ଦୁଷ୍ମନ୍ତ ମାଝି, ବିଶିଷ୍ଟ ଶିକ୍ଷାବିତ ଅଜୟ ମିଶ୍ର , ବିଶିଷ୍ଟ କ୍ରୀଡାବିତ ପଙ୍କଜ ପଟ୍ଟନାୟକ, ବିଶିଷ୍ଟ କ୍ରୀଡାବିତ ଜଗଦିଶ ଚନ୍ଦ୍ର ପ୍ରଧାନ, ଆଥେଲେଟ ସନ୍ତୋଷ କୁମାର ପ୍ରଧାନ, ଅନୁଷ୍ଠାନର ଚେୟାରମ୍ୟାନ ଡି ନାଗେଶ୍ଵର ରାଓ , ନିର୍ଦ୍ଦେଶକ ଡି ଶ୍ୟାମ , ନିର୍ଦ୍ଦେଶକ ଡି ରାମ କୁମାର , ମୁଖ୍ୟ ଶିକ୍ଷା ଅଧିକାରୀ ଡି ପଦ୍ମିନୀ, ମୁଖ୍ୟ ପ୍ରଶାସକ ଯୁବରାଜ ନାୟକ , ବିକାଶ ଆବାସିକ ବିଦ୍ୟାଳୟ ଅଧ୍ୟକ୍ଷା ଆରତୀ ମିଶ୍ର,ଡ ଆଦିତ୍ୟ ପଟ୍ଟନାୟକ ଅଧ୍ୟକ୍ଷ ବିକାଶ ଡିଗ୍ରୀ କଲେଜ, ଡ ଗୋପୀନାଥ ସୁବ୍ରମନ୍ୟମ ଅଧ୍ୟକ୍ଷ ବିକାଶ ନର୍ସିଂ କଲେଜ, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ, ପ୍ରବନ୍ଧକ ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ ମଞ୍ଚାସୀନ ଥିଲେ | କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବିକାଶ ଆବାସିକ ବିଦ୍ୟାଳୟ , ଭବାନୀପାଟଣା ପକ୍ଷରୁ ସିବିଏସଇ ଗେମ୍ସ–୨୦୨୬ ଅନ୍ତର୍ଗତ ଫାର୍ ଇଷ୍ଟ ଜୋନ୍ ତୀରନ୍ଦାଜ (Archery) ପ୍ରତିଯୋଗିତା ୨୪ ଜୁଲାଇରୁ ୨୬ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ଗୌରବମୟ କ୍ରୀଡ଼ା ମହାକୁମ୍ଭରେ ଫାର୍ ଇଷ୍ଟ ଜୋନ୍ର ୧୧ଟି ରାଜ୍ୟର ସିବିଏସଇ ଅନୁବନ୍ଧିତ ବିଦ୍ୟାଳୟରୁ ୩୦୦ ରୁ ଅଧିକ ପ୍ରତିଭାବାନ ବାଳକ ଓ ବାଳିକା ତୀରନ୍ଦାଜ ଅଂଶଗ୍ରହଣ କରିଅଛନ୍ତି । ପ୍ରତିଯୋଗିତା ୧୪ ବର୍ଷରୁ ନିମ୍ନ ବର୍ଗ , ୧୭ ବର୍ଷରୁ ନିମ୍ନ ବର୍ଗ ଓ ୧୯ବର୍ଷରୁ ନିମ୍ନ ବର୍ଗରେ ଅନୁଷ୍ଠିତ ହେବ। ଏହି ଗୌରବ ମୟ କ୍ରୀଡ଼ା ପ୍ରତିଯୋଗିତା ପ୍ରଥମ ଥର ପାଇଁ କଳାହାଣ୍ଡି ମାଟିରେ ଅନୁଷ୍ଠିତ ହୋଇଯାଇଛି । ଏହା ବିକାଶ ଶିକ୍ଷାନୁଷ୍ଠାନ ତଥା ସମଗ୍ର କଳାହାଣ୍ଡି ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ । ପ୍ରତିଯୋଗିତାର ସୁପରିଚାଳନା ପାଇଁ ଓଡ଼ିଶା ଆର୍ଚେରୀ ଆସୋସିଏସନ୍ର ୮ ଜଣ ଅଭିଜ୍ଞ ଅଧିକାରୀ ଓ ୧୦ ଜଣ ସ୍ୱେଚ୍ଛାସେବକ ସେମାନଙ୍କର ପ୍ରାଜ୍ଞିକ ସହଯୋଗ ପ୍ରଦାନ କରିବେ। ଏହି ପ୍ରତିଯୋଗିତା କେବଳ କ୍ରୀଡ଼ା ପ୍ରତିଭାର ପ୍ରଦର୍ଶନ ନୁହେଁ, ବରଂ ଶୃଙ୍ଖଳା, ଏକାଗ୍ରତା, ଧୈର୍ଯ୍ୟ, କ୍ରୀଡ଼ାସୁଲଭ ମନୋଭାବ ଓ ଭାଇଚାରାର ଏକ ଅନନ୍ୟ ମିଳନ ଉତ୍ସବ ହେବ ବୋଲି ଅତିଥିମାନେ ନିଜ ନିଜ ଅଭିମତ ପ୍ରଦାନ କରିଥିଲେ |ପ୍ରାରମ୍ଭରରେ ଅଧ୍ୟକ୍ଷା ଆରତୀ ମିଶ୍ର ସ୍ବାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ | କ୍ରୀଡ଼ା ଶିକ୍ଷକ ମନୋଜ କୁମାର ବିଶ୍ଵାଳ ପ୍ରତିଯୋଗୀ ମାନଙ୍କୁ ଶପଥ କରାଇ ଥିଲେ | ଉପାଧ୍ୟକ୍ଷ ପ୍ରସନ୍ନଜିତ ଦତ୍ତ ଧନ୍ୟବାଦ ଅର୍ପଣ କରିଥିଲେ |
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ


