କଳାହାଣ୍ଡି, ୦୭/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ପିଏମ୍ ଶ୍ରୀ ବଧିବାମନ୍ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଦାଦପୁର୍ ଠାରେ "ପ୍ରକୃତି ବନ୍ଧୁ" ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ଅଧ୍ଯକ୍ଷ ଶ୍ରୀଯୁକ୍ତ ରବି ପ୍ରସାଦ କାନୁନଗୋ ଙ୍କ ଅଧ୍ଯକ୍ଷତାରେ ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ, ସବୁଜ ବନାନୀ ର ଆବଶ୍ୟକତାକୁ ହୃଦବୋଧ କରି ''ବନ ମହୋତ୍ସବ-୨୦୨୬" ର ଭବ୍ୟ ଆୟୋଜନ କରାଗଲା । ପରିବେଶକୁ ଧ୍ୱଂସ ମୁଖରୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ଉପରେ ଗୁରୁତ୍ବ ଦେବା ସହ ବିଦ୍ୟାଳୟର ପ୍ରତ୍ୟେକ ଛାତ୍ରଛାତ୍ରୀ ଅନ୍ତତଃ ପକ୍ଷେ ଗୋଟିଏ ଲେଖାଏଁ ଚାରାରୋପଣ କରି ତାର ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥ୍ ଶ୍ରୀମତୀ ଗୀତାଞ୍ଜଲୀ ସାହୁ, ସରପଞ୍ଚ ଦାଦପୁର, ବିଶିଷ୍ଟ ଅତିଥି ଭାବେ ଶ୍ରୀଯୁକ୍ତ ଛବିଲାଲ ସାହୁ, ସଭାପତି, ପୁରାତନ ଛାତ୍ର ସଂସଦ ଶ୍ରୀଯୁକ୍ତ ଭବାନୀଶଙ୍କର ପରିଚ୍ଛା (ବନରକ୍ଷୀ), ଶ୍ରୀଯୁକ୍ତ ତନୁ ଶବର (ବନରକ୍ଷୀ, ଦାଦପୁର), ଶ୍ରୀମତୀ ଜୌସ୍ନାମୟୀ ବେହେରା ପ୍ରମୁଖ ଯୋଗଦେଇ ବନମହୋତ୍ସବର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ବଳରାମ ସାହୁ ମଞ୍ଚ ପରିଚାଳନା, ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ସଂଜିବ୍ କୁମାର ଶର୍ମା ସଂମ୍ପାଦନା ଏବଂ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ନିଗ୍ଧାଲୀନା ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସଭାକାର୍ଯ୍ୟ ପରେ ଅତିଥି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତା, ସମସ୍ତ ଛାତ୍ରଛାତ୍ରୀ ଅଧ୍ଯକ୍ଷ ଶ୍ରୀଯୁକ୍ତ ରବିପ୍ରସାଦ କାନୁନଗୋ ଙ୍କ ନେତୃତ୍ୱରେ ଇକୋକ୍ଲବ ଦାୟିତ୍ଵରେ ଥିବା ଶିକ୍ଷକ ବଳରାମ ସାହୁଙ୍କ ତତ୍ତ୍ୱାବଧାନରେ ଗ୍ରାମ ଚତୁପାର୍ଶରେ ବୃକ୍ଷରୋପଣ, ପ୍ଲାକାର୍ଡ ପ୍ରଦର୍ଶନ ଏବଂ ବୃକ୍ଷରୋପଣ ର ଆହ୍ୱାନ ଦେଇ ଏହି ଭବ୍ୟ ମହୋତ୍ସବକୁ ସୁଦୁର ପ୍ରସାରୀ କରିବାରେ ସହାୟକ ହେଲେ ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

