ସରପଞ୍ଚଙ୍କ ସ୍ୱାମୀକୁ ଗୁଳିକାଣ୍ଡ ଘଟଣା, ଦୁଇ ଜଣ ଗିରଫ ଘଟଣା ସ୍ଥଳରେକ୍ରାଇମ୍ ରିକ୍ରିଏସନ ସିନ୍
କଟକ, ୧୦/୦୭ ( କାହୁଁ ଚରଣ ବାରିକ ) : ଗତ ଜୁନ ମାସ ୨୬ ତାରିଖ ଦିନ କଟକ ଜିଲ୍ଲା ବଡମ୍ବା ସନ୍ତ୍ରାବଳୀ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମିତା ଜେନାଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନା ଓରଫ୍ କାଳିଆ ଜେନା ମାଣିଆବନ୍ଧ ସ୍ଥିତ କୁଆଁପାଳ ଛକରେ ଥିବା ଏକ ସେଲୁନକୁ ତାଙ୍କ ପୁଅ ସହିତ ଯାଇଥିବାବେଳେ ବାଇକରେ ତିନି ଦୁବୃର୍ତ୍ତ ଆସି ତାଙ୍କ ଉପରକୁ ଅତର୍କିତ ଭାବେ ୪ ରାଉଣ୍ଡ ଗୁଳି ମାଡ଼ କରି ଫେରାର ହୋଇଯାଇଥିଲେ । ମାଣିଆବନ୍ଧ ପୋଲିସ ଘଟଣାର ତନାଘନା ଭାବେ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି । ଦୁଇ ଜଣ ହେଲେ ବଡ଼ମ୍ବା ଖୁଣ୍ଟକଟା ଗାଁର ପ୍ରବୀଣ ପ୍ରଧାନ ଓ ଆକାଶ ପ୍ରଧାନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି ।ଦୁଇ ଜଣଙ୍କୁ ଜିଲ୍ଲା ବାହାରୁ ଗିରଫ କରିଛି ପୋଲିସ ।ସେମାନଙ୍କ ପାଖରୁ କୌଣସି ମାରଣା ଅସ୍ତ୍ର ବା ବନ୍ଧୁକ ଜବତ ହୋଇନି । ଦୁଇ ଜଣ ଅଭିଯୁକ୍ତଙ୍କୁ ଧରି ଘଟଣାସ୍ଥଳରେ କ୍ରାଇମ ସିନ୍ ରିକ୍ରିଏସନ କଲା ପୋଲିସ ।