Hot Posts

6/recent/ticker-posts

ନଦୀବନ୍ଧ ରାସ୍ତା ବିଭିନ୍ନ ସ୍ଥାନରେ ରେନକଟ , ମରାମତି ଦାବି

ବରୀ, ୧୮/୦୭ ( ରଂଜିତ ମହାନ୍ତି ) : ବରୀ ବ୍ଳକ ନଦୀନାଳ ଘେରା ଭଅଁରା ପଞ୍ଚାୟତର ବରିଲୋ ଠାରୁ ଯାଇଥିବା ବୋଦୁଅ ପଞ୍ଚାୟତର କନ୍ତିଆ ପର୍ଯ୍ୟନ୍ତ ନଦୀବନ୍ଧ ବହୁ ସ୍ଥାନରେ ରେନକଟ ସହିତ ନଦୀବନ୍ଧ ବର୍ଷା ହେଲେ ନଦୀବନ୍ଧ ରେ ପାଣି ଜମିରହୁଛି ଯାତାୟତ ଅସୁବିଧା ଭୋଗୁଛନ୍ତି ସ୍ଥାନୀୟ ଜନସାଧାରଣ l ଉଭୟ ପଞ୍ଚାୟତର ଗୋଟେ ପାର୍ଶ୍ଵରେ ଖରେସ୍ରୋତା ନଦୀ ଥିବା ବେଳେ ଅନ୍ୟପାର୍ଶ୍ଵରେ ଶାଖାନଦୀ ତନ୍ତୀଘାଇ ନଦୀ ପ୍ରଭାବିତ ହେଉଛି l ପ୍ରତ୍ୟେକ ଦିନ ଏହି ରାସ୍ତା ରେ ଗାଡି ମଟର ସହିତ ଲୋକମାନେ ଯାତାୟତ କରିଥାନ୍ତି l ନଦୀ ବନ୍ଧ ର ବିଭିନ୍ନ ସ୍ଥାନରେ ରେନକଟ ମରାମତି କରିବା ସହିତ ନଦୀ ବନ୍ଧ ଶୋଚନୀୟ ସ୍ଥାନରେ ମରାମତି କରିବା ପାଇଁ ସାଧାରଣ ରେ ଦାବି ହେଉଛି ଳ ବହୁ ସ୍ଥାନରେ ପାଣି ଜମି ରହୁଛି l ରାସ୍ତା ଟି ବରିଲୋ ଠାରୁ ମଲୀପୁର ବିଂଝାରପୁର ର ଜଳସମ୍ପଦ ଅଧିନ ରେ ଥିବା ବେଳେ ଏବେ ରାସ୍ତା ଟି ପୂର୍ତ୍ତବିଭାଗ ଅଧିନ ରେ ରହୁଛି l ବହୁ ବାର ସ୍ଥାନୀୟ ଅଧିବାସ ବିଭାଗୀୟ ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ୍ୟ ବିଭାଗ ରାସ୍ତାପ୍ରତି ନଜର ଦେଇନାହିଁ ଲଗାଣ ବର୍ଷା ରାସ୍ତା ଅବସ୍ଥା ବେହାଲ ହେlଇଯାଇଛି l ବର୍ଷା ପାଣିରାସ୍ତା ରେ ଯାଇ ବିଶେଷ ଭାବେ ତାରିଣୀମନ୍ଦିର ଠାରୁ ଭଅଁରା ନନ୍ଦଲାଲଜୀଉ ମଠ ପର୍ଯ୍ୟନ୍ତ ବିରାଟ ବିରାଟ ରେନକଟ ହେବା ଫଳରେ ରାସ୍ତା କୁ ସମ୍ପୂର୍ଣ ଗ୍ରାସ କରିଛି l ମରାମତି ନ ହେଲେ ନନ୍ଦୀବନ୍ଧ ସମ୍ପୂର୍ଣ ଗାଢ଼ ହେଇଯିବ ଯାହା ଗାଡିମଟର ଯିବା କଥା ଦ୍ୱର ହେବ ଲୋକମାନେ ଏହି ରାସ୍ତା ରେ ଯାତାୟତ କରିପାରିବେ ନାହିଁ l ମୁଖ୍ୟ ଗମନା ଗମନ ରାସ୍ତା ହେଇଥିବାରୁ ବହୁ ସଂଖ୍ୟା ରେ ଗାଡି ସହିତ ଜରୁରୀ ସେବା ଯାତାୟତ ବlଧକ ସାଜିବ ତାହା ରାସ୍ତା ରେ ସ୍କୁଲ, କଲେଜ, ପିଲାମାନେ ସବୁଦିନେ ଯାତାୟତ କରିଥାନ୍ତି l ଜିଲ୍ଲାପାଳ ଏତିପ୍ରତି ଦୃଷ୍ଠି ଦେବାକୁ ସାଧାରଣ ରେ ଦାବି ହେଉଛି l