ଲଇକେରା ରେ ଭକ୍ତି ଓ ଉତ୍ସାହର ସହ ପାଳିତ ପବିତ୍ର ରଥଯାତ୍ରା
ଲଇକେରା, ୧୭/୦୭ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ରେ ପବିତ୍ର ରଥଯାତ୍ରା ମହାସମାରୋହ ଓ ଭକ୍ତିମୟ ପରିବେଶ ମଧ୍ଯରେ ପାଳିତ ହୋଇଯାଇଛି । ପୂଜକ ବନମାଳୀ ମିଶ୍ର ବିଧିବଦ୍ଧ ଭାବେ ପୂଜାକାର୍ଯ୍ଯ ସମ୍ପାଦନ କରିଥିବାବେଳେ ବିଜୟ ମିଶ୍ର, ବୃହସ୍ପତି ମିଶ୍ର, ଆଦର୍ଶ ମିଶ୍ର, ପ୍ରଶାନ୍ତ ମିଶ୍ର ଓ ସୈାରଭ ସୁପକାର ପୂଜା କାର୍ଯ୍ୟ ରେ ସହଯୋଗ କରିଥିଲେ ।ସୁରେନ୍ଦ୍ର କୁମାର ନାଏକ ଛେରା ପହଁରା ଓ ପହଣ୍ଡିବିଜେ ସମ୍ପନ୍ନ କରି ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କୁ ରଥାରୁଢ କରିଥିଲେ ।ହଜାର ହଜାର ଭକ୍ତ ଓ ଗ୍ରାମବାସୀ ଭକ୍ତିର ସହ ରଥ ଟାଣିବା ସହ ରଥଯାତ୍ରା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।ସଂକିର୍ତ୍ତନ ମଣ୍ଡଳୀର ହରିନାମ ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା । ଭକ୍ତମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଥିଲେ ।ଯାତ୍ରା ଅବସରରେ ବିଭିନ୍ନ ପ୍ରକାରର ଦୋକାନ ବସିଥିବାବେଳେ ମୀନାବଜାର ସମସ୍ତଙ୍କର ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।ସମଗ୍ର ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବେ ସମାପନ କରିବା ପାଇଁ ଲଇକେରା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ଯବସ୍ଥା ଓ ଶାନ୍ତିଶୃଙ୍ଖଳା ବଜାୟ ରଖାଯାଇ ଥିଲା ।