Hot Posts

6/recent/ticker-posts

ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁଙ୍କ ଲାଗି କଟକରୁ ଗଲା ୧୮୦ ଫୁଟର ତୁଳସୀ ମାଳ

କଟକ, ୨୪/୦୭ ( କାହୁଁ ଚରଣ ବାରିକ ) : ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁଙ୍କ ଲାଗି କଟକରୁ ଗଲା ୧୮୦ ଫୁଟର ତୁଳସୀ ମାଳ ପବିତ୍ର ବାହୁଡ଼ାରେ ପୁରୀରେ ଚତର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ହୋଇ ରଥାରୂଢ଼ ହେବା ପରେ ତୁଳସୀ ଓ ଫୁଲ ମାଳ ସବୁ ରଥରେ ଲାଗି ହେବେ। ଏହି ଅବସରରେ କଟକ ସହରରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବକ ପ୍ରିୟରଞ୍ଜନ ରଥ ପବିତ୍ର ବାହୁଡ଼ା ଯାତ୍ରା ପାଇଁ ୧୮୦ ଫୁଟର ତୁଳସୀ ମାଳ, ୧୬୦ ଫୁଟର ପଦ୍ମ ମାଳ, ୧୫୦ ଫୁଟର ଗେଣ୍ଡୁ ମାଳ ନେଇ ଆସନ୍ତା କାଲି ସକାଳୁ କଟକରୁ ପୁରୀ ଅଭିମୁଖେ ଯିବେ । କିଛି ବର୍ଷ ହେବ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କର ନିମନ୍ତେ ରଥଯାତ୍ରା ଓ ବାହୁଡା଼ ଯାତ୍ରାରେ କଟକ ସହରର ମହାପ୍ରଭୂଙ୍କ ଭକ୍ତଙ୍କ ଠାରୁ ତୁଳସୀ, ପଦ୍ମ, ଗେଣ୍ଡୁ ଫୁଲ ସଂଗ୍ରହ କରି ବାରଙ୍ଗ ପଞ୍ଚୂପାଳରେ ମାଳ ହୋଇ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାଉଅଛି । ଏହି ଫୁଲ ଓ ତୁଳସୀ ସଂଗ୍ରହରେ ପ୍ରିୟରଞ୍ଜନ ରଥଙ୍କୁ ଜ୍ଞାନ ରଞ୍ଜନ ଦାସ ସହଯୋଗ କରିଥିଲେ ।