ରାୟଗଡ଼ା ପୋଲିସ କୁ ବଡ ସଫଳତା ବ୍ୟାଗରେ ମିଳିଥିଲା ମହିଳାଙ୍କ ମୃତଦେହ , ଅଟୋ ଚାଳକଙ୍କ ଠୁ ମିଳିଲା ସୁରାକ
ରାୟଗଡ଼ା, ୩୧/୦୭ ( ଭି. ଗୌରି ଶଙ୍କର ରାଓ ) : ଗତ ଜୁନ୍ ମାସ ୧୭ ତାରିଖରେ ଚାନ୍ଦିଲି ଥାନା ଅନ୍ତର୍ଗତ ଖଲିଗୁଡା ଗ୍ରାମ ନିକଟରୁ ଏକ ବନ୍ଦ ବ୍ୟାଗ୍ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାର ରାୟଗଡା ଜିଲ୍ଲା ପୁଲିସକୁ ମିଳିଛି ବଡ ସଫଳତା I ରାୟଗଡା ପୁଲିସ ଆନ୍ଧ୍ର ପ୍ରଦେଶ ପୁଲିସ ସହାୟତାରେ ଅଭିଯୁକ୍ତକୁ ଗିରଫ କରିଥିବା ଜଣାପଡିଛି I ଅଭିଯୁକ୍ତ ଜଣକ ହେଲେ କାଞ୍ଚରାପାଲମ ପୁଲିସ ଷ୍ଟେସନ ଅଧୀନରେ ଥିବା ଦୁର୍ଗା ନଗର ଅଂଚଳର ବୋଲିସେଟ୍ଟି ସୁରେଶ ୩୨ ବର୍ଷ I ସେ ଜଣେ ଅଟୋ ଡ୍ରାଇଭର I ବ୍ୟାଗରେ ମିଳିଥିବା ଯୁବତୀ ଜଣକର ନାମ ସନ୍ଧ୍ୟା ବୋଲି ଜଣାପଡିଛି I ଘରୋଇ ସହାୟିକା ଭାବେ ଅଭିଯୁକ୍ତ ସୁରେଶ ମୃତକ ସନ୍ଧ୍ୟାକୁ ଘରକୁ ଆଣିଥିଲେ I କିନ୍ତୁ ପରବର୍ତୀ ସମୟରେ ସୁରେଶ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ I ଯୁବତୀ ଜଣଙ୍କ ସୁରେଶକୁ ବାହା ହେବା ପାଇଁ ଚାପ ପକାଇଥିଲେ I କିନ୍ତୁ ସୁରେଶ କର୍ଣ୍ଣପାତ ନ କରିବାରୁ ଯୁବତୀ ଜଣଙ୍କ ଘରକୁ ଆସି ଘଟଣା ସମ୍ପର୍କରେ ଝଗଡା କରିଥିଲେ I ସେତେବେଳେ ହିଁ ସୁରେଶ ସନ୍ଧ୍ୟା ଙ୍କୁ ପ୍ରବଳ ମାଡ ମାରିଥିଲେ ଏବଂ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା I ବ୍ୟାଗ କିଣି ମୃତଦେହକୁ ଭର୍ତି କରି ଇଣ୍ଟରସିଟି ଟ୍ରେନ ଯୋଗେ ରାୟଗଡା ଆଣିଥିଲା I ରାୟଗଡା ଷ୍ଟେସନରୁ ଅଟୋ ଯୋଗେ ବ୍ୟାଗ କୁ ନେଇ ଖଲିଗୁଡା ନିକଟସ୍ଥ ପଡିଆରେ ଫିଙ୍ଗି ଦେଇଥିବା ନେଇଁପୋଲିସ ପକ୍ଷରୁ ସୁଚନା ମିଳିଛି ଉକ୍ତ ସମସ୍ତ ଘଟଣା ଅଟୋରେ ହୋଇଥିବା ବେଳେ ଉକ୍ତ ଅଟୋ ଡ୍ରାଇଭର ଙ୍କ ପ୍ରାଥମିକ ସୂଚନା ଅନୁଯାୟୀ ପୋଲିସ ଘଟଣାର ଟେର୍ ପାଇ ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ।